ରାଜ୍ୟ

ସ୍ବାମୀ ଦେବଭକ୍ତାନନ୍ଦ ସରସ୍ବତୀ ଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ୧୫/୦୧ – ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଆଶ୍ରମ ପରିସରରେ, ଶ୍ରୀମଦ ଭାଗବତ କଥାମୃତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିବ୍ୟ ଜୀବନ ସଂଘ ମୁଖ୍ୟ ଆଶ୍ରମ ଋଷିକେଶ ର ବରିଷ୍ଠ ସନ୍ଥ ସ୍ବାମୀ ଦେବଭକ୍ତାନନ୍ଦ ସରସ୍ବତୀ ମହାରାଜ ଯୋଗ ଦେଇ ଭାଗବତ ଏକ ଜୀବନ ଉପଯୋଗୀ ଗ୍ରନ୍ଥ ବୋଲି କହିଥିଲେ। ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିତିର ସଭାପତି ବିପ୍ରଚରଣ ପାତ୍ର, ବୃନ୍ଦାବନ ର ବରିଷ୍ଠ ସାଧୁ ଯମୁନା ମହାରାଜ ଯୋଗ ଦେଇ ବର୍ତ୍ତମାନ ଯୁଗ ରେ ଭାଗବତ ର ଉପଯୋଗିତା ବିଷୟରେ ବଚନ ଦେଇଥିଲେ। ଏହି ଦିବ୍ୟ କାର୍ଯ୍ୟକ୍ରମକୁ ବ୍ୟାସ ଭାବେ ଅରୁଣ କୁମାର ଦାଶ ଓ ବକ୍ତା ଭାବେ ବାବାଜୀ ଗୋପିନାଥ ମହାରାଜ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ପ୍ରାୟ ୫୫ ଜଣ ନାରାୟଣ ଓ ଅନାଥାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ସ୍ଵାଦିଷ୍ଟ ଭୋଜନ ସହ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା। ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଶ୍ରମ ପରିସରରେ ସକାଳ ସମୟରେ ହନୁମାନ ଚାଳିଶା ପାଠ କରାଯିବା ସହ ସଂଧ୍ୟା ସମୟରେ ସୁନ୍ଦରକାଣ୍ଡ ପାରାୟଣ କରାଯାଇଥିଲା। ଏହି ଦିବ୍ୟ କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକବାଦୀ ମନୋଜ କୁମାର ପଣ୍ଡା, ସଞ୍ଜିବ କୁମାର ପଣ୍ଡା, ସୁଜ୍ଞାନୀ ପଣ୍ଡା ଙ୍କ ସମେତ ଦିବ୍ୟ ଜୀବନ ସଂଘ ମହିଳା ଶାଖାର ଶାନ୍ତିଭୂଷଣ ପଣ୍ଡା, ମମତା ମହାପାତ୍ର, ପ୍ରଶାନ୍ତ କୁମାର ନନ୍ଦ, ସୁରେଶ ବରାଡ଼, ସରସ୍ବତୀ ପାଣିଗ୍ରାହୀ, ପ୍ରଭୃତି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *