ରାଜ୍ୟ

ମହର୍ଷି ପବ୍ଲିକ୍ ସ୍କୁଲ ରେ ଗୁରୁ ପୂର୍ଣ୍ଣିମା ପାଳିତ

ବାରିପଦା – ସ୍ଥାନୀୟ ମହର୍ଷି ପବ୍ଲିକ୍ ସ୍କୁଲ ରେ ଗୁରୁପୁର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ଗୁରୁ ବ୍ୟାସଦେବ ଙ୍କ ଜନ୍ମ ତିଥି କୁ ଗୁରୁପୁର୍ଣ୍ଣିମା ଭାବରେ ପାଳନ କରାଯାଇଥାଏ । ଆଜି ସ୍କୁଲ ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଙ୍କ ଉପସ୍ଥିତି ରେ ଶ୍ରୀ ଅଶୋକ କୁମାର କର ଗୁରୁ ପରମ୍ପରା ର ପୂଜନ କରିଥିଲେ । ଗୁରୁ ପୂଜନ ପରେ ପିଲା ମାନଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଯଥା ଭାଷଣ, ସଙ୍ଗୀତ, ଅଭିନୟ, ହସ୍ତକ୍ଷର, ରାଇମସ୍ ଇତ୍ୟାଦି ର ପ୍ରତିଯୋଗୀତା କରାଯାଇଥିଲା । ପ୍ରତିଯୋଗୀତା ପରେ ବିଭିନ୍ନ ସ୍ତରରେ ପିଲାଙ୍କୁ ବଛାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ବଛାଯାଇ ଘୋଷଣା କରାଯାଇଥିଲା । ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ କାଜଲ କାନ୍ତି ମହାପାତ୍ର ପିଲାମାନଙ୍କୁ ଗୁରୁପରମ୍ପରରେ ଶିକ୍ଷକ ଓ ଛାତ୍ର ର ସମ୍ପର୍କ ବର୍ଣ୍ଣନା କରିଥିଲେ । ବୈଦିକ ଯୁଗରେ ଛାତ୍ର ଗୁରୁ ଆଶ୍ରମ ରେ ରହି କରୁଥିବା ବେଳେ ଆଜି ଛାତ୍ର ମାନେ ବିଦ୍ୟାଳୟ ର ସୁନ୍ଦର କୋଠା ଘରେ ଆରାମ ରେ ବସି ଶିକ୍ଷା ଲାଭ କରୁଛନ୍ତି । କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିବା ସହ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ । ଶେଷରେ ପିଲାମାନଙ୍କୁ ବିସ୍କୁଟ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *