ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ: ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ତା ୨୫/୦୭: ସ୍ଥାନୀୟ ଛତାଠାରେ ସରକାରୀ ପଲ୍ଲି ଟେକନିକ୍ ପରିସରରେ ଥିବା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରକୁ ବୁଧବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ତାଲିମ୍ ନେଉଥିବା ଯୁବକଯୁବତୀମାନଙ୍କ ସହ ଆଲୋଚନା କରି କହିଛନ୍ତି “ ଜୀବନରେ ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଠିକ୍ରେ ତାଲିମ୍ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।” ଏହି ପରିଦର୍ଶନ ସମୟରେ ତାଲିମ୍ ନେଉଥିବା ଯୁବକଯୁବତୀଙ୍କୁ ପାଠ୍ୟ ପୁସ୍ତକ ଓ ଉପକରଣମାନ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଏହି ଦକ୍ଷତା ବିକାଶ କେନ୍ଦ୍ରରୁ ୩ଟି ବ୍ୟାଚ୍ରେ ମୋଟ୍ ୫୪ଜଣ ଛାତ୍ରଛାତ୍ରୀ ତାଲିମ୍ପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ଜଣ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ସରକାରୀ ପଲିଟେକନିକ୍ର ଅଧ୍ୟକ୍ଷ ଗୁଣନିଧି ପ୍ରଧାନ, କେନ୍ଦ୍ରାପଡ଼ା ଡିଭିଜନ୍-୨ ଅଧୀକ୍ଷଣ ଯନ୍ତ୍ରୀ (ପୂର୍ତ ବିଭାଗ) ଶ୍ରୀଯୁକ୍ତ ପତି ପ୍ରମୂଖ ଉପସ୍ଥିତ ଥିଲେ । ଏହି ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ନିମନ୍ତେ ଯଥାଶୀଘ୍ର ପାଠାଗାର, ପରାମର୍ଶ କକ୍ଷ ଏବଂ ବାଳିକା ଛାତ୍ରୀ ନିବାସର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ପତିଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।