ରାଜ୍ୟ

ଇମ୍ରାନ ଖାଁଙ୍କ ସହ ଆଲୋଚନା କରିପାରନ୍ତି ବିଲାଓ୍ବଲ ଭୁଟ୍ଟୋ

ଲାହୋର: ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ରାଜନୈତିକ ସ୍ଥିତି ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଦାବି କରିଛି ଯେ ଯଦି ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଆଲୋଚନା ପାଇଁ ପ୍ରସ୍ତୁତ ହୁଅନ୍ତି, ତେବେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଅର୍ଥ ସଙ୍କଟରେ ଥିବା ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିବା ବେଳେ ଏଭଳି ସ୍ଥିତି ଉପୁଜିଛି।

ବରିଷ୍ଠ ପିପିପି ନେତା ଖୁର୍ସିଦ ଶାହ ବେଲୁଚିସ୍ତାନର ପ୍ରାଦେଶିକ ରାଜଧାନୀ କ୍ୱେଟାରେ କହିଛନ୍ତି, ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାଁ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଖୁର୍ସିଦ ଶାହା ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସମ୍ଭାବନାକୁ ଏକ ସକାରାତ୍ମକ ଘଟଣା ଭାବରେ ସ୍ୱାଗତ କରିଛନ୍ତି ।

ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ସର୍ବଦା ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଆସୁଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ପିପିପି ଏହି ମାମଲାରେ ନିଜର ସଠିକ ଭୂମିକା ଗ୍ରହଣ କରିବ ବୋଲି ପିପିପି ନେତାକହିଛନ୍ତି। ତେବେ ଦ୍ରୁତ ଗତିରେ ବଢ଼ୁଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଇମ୍ରାନଙ୍କ ଦଳ ସହ ମେଣ୍ଟ କରିବାକୁ ପିପିପିର ଇଚ୍ଛା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *