ରାଜ୍ୟ

ପୂର୍ବତନ ରଣଜିଟ୍ରଫି ଖେଳାଳୀ ସୁବାଷ ରାଉତଙ୍କ ପ୍ରେସ୍ ମିଟ୍

କୋରାପୁଟ ଜିଲ୍ଲା ଜୟପୁର ସ୍ଥାନୀୟ ଦଶହରା ପଡିଆ ଠାରେ ଓଡିଶା ରଣଜି ଖେଳାଳୀ ସୁବାଷ ରାଉତଙ୍କ ଆୱାନକ୍ରମେ ଆଜିର ପ୍ରେସ ବିବୃତି ଅନୁଷ୍ଠିତ ହୋଇଥିଲା I ରାଜ୍ୟ ରାଜଧାନୀରେ ବର୍ତ୍ତମାନ ଚାଲିଥିବା ବିଧାନସଭା ଅଧିବେଶନରେ ଜୟପୁର ବିଧାୟକ ଖେଳ ପ୍ରତି ଉଠେଇଥିବା ପ୍ରସଙ୍ଗକୁ ନେଇ ଘୋର ବିରୋଧ କଲେ ପୂର୍ବତନ ସୁବାଷ ରାଉତ I କହିଲେ ବିଧାୟକ ଜୟପୁର ଖେଳାଳୀଙ୍କ ପାଇଁ କୌଣଷି ପ୍ରକାର ସୁବିଧା ସୁଯୋଗ ନଦେଇ ଖାଲି ବିଧାନସଭାରେ ହୋ ହାଲା କରୁଛନ୍ତି I ଜୟପୁର ନିର୍ବାଚନ ମଣ୍ଡଳୀରେ ଦଶ ବର୍ଷ ଶାସନ କଲା ପରେ ମଧ୍ୟ ଖେଳ ପ୍ରତି ବିଧାୟକଙ୍କ କୌଣସି ଅବଦାନ ନାହିଁ I ଆଜିର ଏହି ପ୍ରେସ୍ ମିଟ୍ ରେ ଜୟପୁର ର ଖେଳ ପ୍ରେମୀଙ୍କ ନିମନ୍ତେ ସେମିତି କିଛି ଭଲ ଷ୍ଟାଡିଅମ ନଥିବା ହେତୁ ଏକ ନୂତନ ଷ୍ଟାଡିଅମ କରାଯାଉ ବୋଲି ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି କହିଥିଲେ I ଜୟପୁରର ଦଶହରା ଖେଳ ପଡିଆ ଏକ ମାତ୍ର ବଡ଼ ଖେଳପଡିଆ ହୋଇଥିବା ହେତୁ ଖେଳାଳିମାନେ ଏହି ପଡିଆ ପ୍ରତି ହିଁ ନିର୍ଭରଶୀଳ ହୋଇଥାନ୍ତି I କିନ୍ତୁ ପଡିଆରେ ସରକାରଙ୍କ ବିଭିନ୍ନ ପ୍ରକାର ମେଳା ଅର୍ଥାତ ବାର ମାସରେ ତେର ପର୍ବର ଯାତ୍ରା ଲାଗି ରହିଥାଏ I ତେଣୁ ଏଠି ଖେଳିବା ନିମନ୍ତେ ବହୁତ ସମସ୍ୟା ସୃଷ୍ଟି ହେଉଥିବା କାରଣରୁ I ସ୍ଥାନୀୟ ବିଧାୟକକୁ ପ୍ରଶ୍ନ କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ I ତେଣୁ ଖେଳାଳିଙ୍କ ନିମନ୍ତେ ଆଜି ଏହି ପ୍ରେସ୍ ମିଟ୍ ଡାକିଥିଲେ I ଆଜିର ଏହି ପ୍ରେସ୍ ମିଟ୍ ରେ ସମସ୍ତ ବର୍ଗର ଖେଳାଳି ଏବଂ ସମସ୍ତ ଗଣ ମାଧ୍ୟମର ପ୍ରତିନ ମାନେ ଉପସ୍ଥିତି ଥିଲେ I ଶେଷରେ ସୁବାଷ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *