ରାଜ୍ୟ

ଦିଲ୍ଲୀ କୋଚିଂ ଦୁର୍ଘଟଣା : ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ, ଘୋଷଣା କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ କୋଚିଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଦିଲ୍ଲୀର ଏଲଜି ବିନୟ କୁମାର ସକ୍ସେନା ଏହି ସୂଚନା ଦେଇଛନ୍ତି । ଏଲଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗ, ପୋଲିସ ଏବଂ ଏମସିଡିର ଦାୟିତ୍ୱବାନ ଅଧିକାରୀଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଲଜି ପ୍ରତିଶ୍ରୁତି ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଓ ଆଇଏଏସ୍ କୋଚିଂ ଇନଷ୍ଟିଚ୍ୟୁଟର ବେସମେଣ୍ଟରେ ପାଣି ଭର୍ତ୍ତି ହେବାରୁ ୩ ଜଣ ଛାତ୍ରଙ୍କର ଶନିବାର (ଜୁଲାଇ ୨୭) ମୃତ୍ୟୁ ଘଟିଥିଲା। ବେସମେଣ୍ଟରେ  ଥିଲା ଲାଇବ୍ରେରୀରେ ଏସବୁ ଛାତ୍ରଛାତ୍ରୀମାନେ ଥିବାବେଳେ ବନ୍ୟାପାଣି ପ୍ରବେଶ କରିଥିଲା । ଫଳରେ  ଅନେକ ଛାତ୍ରଛାତ୍ରୀ ଫସି ଯାଇଥିଲେ। ପରେ ଉଦ୍ଧାର ଓ ରିଲିଫ ଅପରେସନ ବେଳେ ୨ ଜଣ ଛାତ୍ର ଓ ଜଣେ ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *