ମୁଖ୍ୟ ଖବର

କୁଆଡେ ଗଲା ୭୪୦୦ କୋଟିର ୨୦୦୦ ଟଙ୍କିଆ ନୋଟ୍ ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର କହିଛି ଯେ ୨୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୯୨ ପ୍ରତିଶତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି।  କିନ୍ତୁ ୭,୪୦୯ କୋଟି ଟଙ୍କାର ନୋଟ୍ ଏବେ ବି ଫେରିନାହିଁ। ଏପରିକି ଗତ କିଛି ମାସ ହେବ ୨୦୦୦ ଟଙ୍କିଆ ନୋଟ୍ ର ସ୍ଥିତି ପ୍ରାୟ ସମାନ ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ୨୦୦୦ ଟଙ୍କିଆ ନୋଟ୍ ର ୯୭.୬୨ ପ୍ରତିଶତ ରିଜର୍ଭ ବ୍ୟାଙ୍କକୁ ଫେରିଆସିଥିଲା । ଏହାପରେ ଗତ ମାସ ଜୁଲାଇ ପହିଲାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଥିବା ୨୦୦୦ ନୋଟ୍ ସଂଖ୍ୟା ୯୭.୮୭ ପ୍ରତିଶତ ଥିଲା।

ଅର୍ଥାତ୍ ୧ ମାସରେ ମାତ୍ର ୦.୦୫ ପ୍ରତିଶତ ନୋଟ୍ ଫେରସ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ୭୪୦୯ ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ କେଉଁଠି ଗାଏବ ହୋଇଯାଇଛି। କାହିଁକି ବ୍ୟାଙ୍କକୁ ଆସୁନାହିଁ ଏହି ନୋଟ୍ ? ଏ ନେଇ ରିଜର୍ଭ ବ୍ୟାଙ୍କ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ୧୯ ମେ ୨୦୨୩ରେ ଯେତେବେଳେ ୨୦ ନୋଟ୍ ପ୍ରଚଳନରୁ ବାହାର କରାଯାଇଥିଲା, ସେତେବେଳେ ବଜାରରେ ଏହି ମୂଲ୍ୟର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା ।

Leave a Reply

Your email address will not be published. Required fields are marked *