ଦେଶ- ବିଦେଶମୁଖ୍ୟ ଖବର

ଯୁଦ୍ଧର ଦ୍ବାରଦେଶରେ ଇସ୍ରାଏଲ-ଇରାନ, ଲେବାନନ ଛାଡ଼ିବାକୁ ନିଜ ନାଗରିକଙ୍କୁ କହିଲା ଭାରତ

ଦୁବାଇ: ହମାସ ମୁଖ୍ୟ ଇସମାଇଲ ହାନିଏ ଓରଫ ଇସମାଇଲ ହାନିଆଙ୍କ ହତ୍ୟା ପରେ ଇସ୍ରାଏଲ ଓ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଲେବନାନ ଓ ଇରାନ ଏକାଠି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି, କାରଣ ଇସ୍ରାଏଲ ମଧ୍ୟ ସେହି ଦିନ ଜଣେ ହିଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରିଥିଲା । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଯୁଦ୍ଧ ଆଶଙ୍କା କରି ଭାରତ ଲେବାନନରେ ରହୁଥିବା ନିଜ ନାଗରିକମାନଙ୍କୁ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ ଏବଂ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଲେବାନନର ରାଜଧାନୀ ବେରୁତରେ ଥିବା ଭାରତୀୟ ଦୂତାବାସ ଗୁରୁବାର ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପଶ୍ଚିମ ଏସୀୟ ଦେଶକୁ ଯାତ୍ରା ନ କରିବାକୁ ଏବଂ ଉକ୍ତ ଦେଶ ଛାଡିବାକୁ କଡ଼ା ପରାମର୍ଶ ଜାରି କରିଛି।

ଗତ ବର୍ଷ ଅକ୍ଟୋବର ୮ ତାରିଖରୁ ଇସ୍ରାଏଲ-ଲେବାନନ ସୀମାରେ ଇସ୍ରାଏଲ ସେନା ଓ ହିଜବୁଲ୍ଲାଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଇସ୍ରାଏଲ ମଙ୍ଗଳବାର ଦକ୍ଷିଣ ବେରୁତରେ ହିଜବୁଲ୍ଲାର ଶୀର୍ଷ ସାମରିକ କମାଣ୍ଡର ଫୁଆଦ ଶୁକ୍ରଙ୍କୁ ଟାର୍ଗେଟ କରିଛି। ପରେ ଇସ୍ରାଏଲ ଶୁକ୍ରଙ୍କୁ ହତ୍ୟା କରିଥିବା ନିଶ୍ଚିତ କରିଥିଲା। ଇସ୍ରାଏଲ ଦାବି କରିଛି ଯେ ଗୋଲାନ ହାଇଟ୍ସ ଅଞ୍ଚଳରେ ହୋଇଥିବା ସପ୍ତାହାନ୍ତ ରକେଟ୍ ଆକ୍ରମଣ ପଛରେ ଶୁକୁରଙ୍କ ହାତ ଥିଲା, ଯେଉଁଥିରେ ୧୨ ଜଣ ଯୁବକ ପ୍ରାଣ ହରାଇଥିଲେ। ଏହି ଅଞ୍ଚଳରେ ସାମ୍ପ୍ରତିକ ବିକାଶ ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଲେବାନନ୍ ଯାତ୍ରା ନ କରିବାକୁ କଡ଼ା ପରାମର୍ଶ ଦିଆଯାଇଛି। ’’

Leave a Reply

Your email address will not be published. Required fields are marked *