ରାଜ୍ୟ

ଆମେରିକା ବି ଆଶ୍ରୟ ଦେବାକୁ ରାଜି ହେଉନି ! ପୁରୁଣା ରାଗ ଶୁଝାଉଛି

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା କାଣ୍ଡ ମଧ୍ୟରେ ଶେଖ୍ ହସିନା ଭାରତର ହିଣ୍ଡନ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏବେ ହସିନା ଗାଜିଆବାଦରେ ଥିବା ହିଣ୍ଡନ ବିମାନଘାଟି ପରିସରରେ ରହୁଛନ୍ତି। ଇତିମଧ୍ୟରେ ଶେଖ୍ ହସିନାଙ୍କ ପାଇଁ ଆମେରିକା ମଧ୍ୟ ନିଜର ଦ୍ୱାର ବନ୍ଦ କରିଦେଇଛି। ଆମେରିକା ଶେଖ୍ ହସିନାଙ୍କ ଆମେରିକା ଭିସା ବାତିଲ କରିଛି, ଅର୍ଥାତ୍ ସେ ବର୍ତ୍ତମାନ ଆମେରିକା ଯାଇପାରିବେ ନାହିଁ। ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ ଆମେରିକା ଶେଖ୍ ହସିନାଙ୍କ ଭିସା ବାତିଲ କରିଛି କି ନାହିଁ। ଏହି କଳ୍ପନାଜଳ୍ପନା ମଧ୍ୟରେ ବାଂଲାଦେଶରେ ଥିବା ଆମେରିକୀୟ ଦୂତାବାସର ମୁଖପାତ୍ର ଲିଓନାର୍ଡ ହିଲ୍ ମଙ୍ଗଳବାର (ଅଗଷ୍ଟ) ଅପରାହ୍ନରେ କହିଛନ୍ତି ଯେ ବ୍ୟକ୍ତିଗତ ଭିସା ରେକର୍ଡ ଉପରେ ସର୍ବସାଧାରଣରେ ଆଲୋଚନା କରାଯାଇପାରିବ ନାହିଁ। ଆମେରିକାର ଆଇନ ଅନୁଯାୟୀ ଭିସା ରେକର୍ଡ ଗୋପନୀୟ ରହିଛି। ତେଣୁ ବ୍ୟକ୍ତିଗତ ଭିସା ମାମଲାର ବିବରଣୀ ନେଇ ଆମେ କାହା ସହ ଆଲୋଚନା କରୁନାହୁଁ।ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଂଲାଦେଶ ଓ ଆମେରିକା ମଧ୍ୟରେ ଖରାପ ସମ୍ପର୍କ ଥିଲା, ଯେଉଁ କାରଣରୁ ସେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ଶେଖ୍ ହସିନା ଏକ ଦ୍ୱୀପକୁ ଆମେରିକାକୁ ସାମରିକ ଘାଟି ନିର୍ମାଣ ପାଇଁ ଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଫଳରେ ଆମେରିକା ସହ ତାଙ୍କର ସମ୍ପର୍କ ଖରାପ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *