ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପାଖାପାଖି ୮ ଘଣ୍ଟା ପଚରାଉଚରା ପରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଆମ୍ ଆଦମୀ ପାର୍ଟି ଟ୍ୱିଟ୍ କରି କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ଏଥି ସହ ଆପ ସାଂସଦ ସଞ୍ଜୟ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୋଦୀ ଜି, ଆପଣ ଜଣେ ଭଲ ବ୍ୟକ୍ତି ଏବଂ ସର୍ବୋତ୍ତମ ଶିକ୍ଷା ମନ୍ତ୍ରୀଙ୍କୁ ଗିରଫ କରି ଭଲ କାମ କରିନାହାଁନ୍ତି, ଏପରିକି ଭଗବାନ ମଧ୍ୟ ଆପଣଙ୍କୁ କ୍ଷମା କରିବେ ନାହିଁ। ମୋଦୀ, ଦିନେ ତୁମର ଏକଛତ୍ରବାଦୀ ଶାସନର ଶେଷ ହେବ’।
ଅନ୍ୟପକ୍ଷରେ ବିଜେପି ନେତା କପିଲ ମିଶ୍ରା କହିଛନ୍ତି, ‘ଶେଷରେ ମନୀଷ ସିସୋଦିଆଙ୍କୁ ମଧ୍ୟ ଅବକାରୀ ଦୁର୍ନୀତିରେ ଗିରଫ କରାଯାଇଛି | ସତ୍ୟେନ୍ଦ୍ର ଜୈନଙ୍କ ପରେ କେଜ୍ରିୱାଲଙ୍କର ଅନ୍ୟ ଜଣେ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଜେଲ ଯିବେ | ଏମାନଙ୍କ ମଧ୍ୟରୁ ଦୁଇ ଜଣ ଜେଲକୁ ଯାଇଛନ୍ତି। ଏହାପରେ କେଜ୍ରିୱାଲ ଜେଲ ଯିବେ । ଉଲ୍ଲେଖ ଥାଉ କି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସକାଳ ୧୧.୧୦ରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ।
ମନୀଷ ସିସୋଦିଆ ମଧ୍ୟ ଟ୍ୱିଟ୍ କରି କହିଥିଲେ ଯେ, ‘ଆଜି ମୁଁ ସିବିଆଇ ମୁଖ୍ୟାଳୟକୁ ଯାଉଛି, ତଦନ୍ତରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି। ମୋ ପ୍ରତି ଲକ୍ଷ ଲକ୍ଷ ପିଲାଙ୍କ ଶ୍ରଦ୍ଧା ଓ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ରହିଛି। ଯଦି କିଛି ମାସ ଜେଲ୍ରେ ରହିବାକୁ ପଡ଼େ, ସେଥିପାଇଁ ମୋର ପରବାଏ ନାହିଁ। ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କୁ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍ ଯିବା ସାମାନ୍ୟ କଥା’।