ରାଜ୍ୟ

ଆଇସିଏମଆର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପୁରୀରେ ପ୍ରକଳ୍ପ କାର୍ଯ୍ୟକାରୀ କରିବ ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଉନ୍ନତ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ବିକାଶ ଲକ୍ଷ୍ୟରେ ଆଇସିଏମଆର ଏକ ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରାଥମିକତା ପ୍ରକଳ୍ପ ଆରମ୍ଭ କରିଛି। ଏହି ପ୍ରକଳ୍ପ ମାଧ୍ୟମରେ ଆମ ରାଜ୍ୟର ପୁରୀ ଜିଲ୍ଲା ସମେତ ଲୁଧିଆନା (ପଞ୍ଜାବ), ଭିଦିଶା (ମଧ୍ୟପ୍ରଦେଶ), ଭଦୋଦରା (ଗୁଜୁରାଟ) ଏବଂ ପଣ୍ଡିଚେରୀରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ପାଇଁ ଏକ ଉଚ୍ଚ-ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ ପ୍ରତିଷ୍ଠା କରାଯିବ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।ସ୍ଵାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଯୁକ୍ତ ଉପକରଣ ଏବଂ ମ୍ୟାପିଂ ସୁବିଧା ଦ୍ୱାରା ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ଦୃଢ଼ୀକରଣ କରାଯିବାର ଲକ୍ଷ୍ୟ ରହିଛି। ଏଥିସହିତ ଆମ୍ବୁଲାନ୍ସ ସେବାରେ ଉନ୍ନତି, ଗୋଷ୍ଠୀର ଚାହିଦାକୁ ଦୃଷ୍ଟିରେ ରଖି ସେବା ପ୍ରଦାନ ଏବଂ ପ୍ରାଥମିକ ସ୍ତରର ସେବାପ୍ରଦାନକାରୀଙ୍କୁ ତାଲିମ ପ୍ରଦାନ ଆଦି ବ୍ୟବସ୍ଥା ରହିଛି। ହୃଦଘାତ, ମସ୍ତିଷ୍କାଘାତ, ସାପ କାମୁଡ଼ା, ବିଷପାନ, ଶ୍ୱାସକ୍ରୀୟାଜନିତ ଜରୁରୀକାଳୀନ ପରିସ୍ଥିତି ଏବଂ ନବଜାତକ ଓ ପ୍ରସବକାଳୀନ ଭଳି ସାତଟି ଗୁରୁତ୍ଵପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତିକୁ ସମାଧାନ କରିବାରେ ଏହି ପ୍ରକଳ୍ପ ବେଶ ସହଯୋଗୀ ହେବା ନେଇ ଡ. ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *