ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ) ଆଜି ଏହାର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଓ ପି ଜିନ୍ଦଲଙ୍କ ଜନ୍ମ ବାର୍ଷିକୀକୁ ସମ୍ମାନ ଜଣାଇବା ପାଇଁ ଅନେକ ସମାଜ ସେବା ପଦକ୍ଷେପ ଆୟୋଜନ କରିଛି।
ଯାଜପୁର,
ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ) ଆଜି ଏହାର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଓ ପି ଜିନ୍ଦଲଙ୍କ ଜନ୍ମ ବାର୍ଷିକୀକୁ ସମ୍ମାନ ଜଣାଇବା ପାଇଁ ଅନେକ ସମାଜ ସେବା ପଦକ୍ଷେପ ଆୟୋଜନ କରିଛି। ଏହି କାର୍ଯ୍ୟକଳାପରେ ରକ୍ତଦାନ ଡ୍ରାଇଭ୍, ସ୍ଥାନୀୟ ଡାକ୍ତରଖାନାଗୁଡ଼ିକରେ ଫଳ ଟୋକେଇ ବଣ୍ଟନ ଏବଂ ଲେପ୍ରୋସି କଲୋନୀରେ ଗ୍ରୋସରୀ ପ୍ୟାକେଟ ଯୋଗାଇବା ସହ ଅନାଥାଶ୍ରମ ଓ ବୃଦ୍ଧାଶ୍ରମ ରେ ଖାଦ୍ୟ ବଣ୍ଟନ ଅନ୍ତର୍ଭୁକ୍ତ ଥିଲା | କେନ୍ଦ୍ରୀୟ ରେଡ୍ କ୍ରସ୍ ସୋସାଇଟି, କଟକ ସହିତ ମିଳିତ ସହଯୋଗରେ ରକ୍ତ ଦାନ ଡ୍ରାଇଭରେ କର୍ମଚାରୀ ଏବଂ ଠିକା କର୍ମଚାରୀମାନେ ରକ୍ତଦାନ କରିବାକୁ ଉତ୍ସାହ ଓ ଉଦ୍ଦୀପନା ସହ ଆଗେଇ ଆସିଥିଲେ , ଯାହାଫଳରେ ୪୧୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା | ଯାହାକି କୌଣସି କାରଖାନାରେ ଗୋଟିଏ ଦିନରେ ଏପରି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହେବା ଏକ ବିରଳ ଘଟଣା | ଏହି ଗୁରୁତ୍ଵପୂର୍ଣ ଅବଦାନ ସ୍ଥାନୀୟ ଡାକ୍ତରଖାନା ଏବଂ ଆବଶ୍ୟକ ରୋଗୀଙ୍କୁ ଉପଲବ୍ଧ ରକ୍ତ ଯୋଗାଣକୁ ବଢାଇବ | ଏହା ସହିତ, ଜିନ୍ଦଲ ଷ୍ଟେନଲେଶ ଦ୍ବାରା ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଯାଜପୁର ରୋଡ୍ ଏରିଆ ହସ୍ପିଟାଲରେ ରୋଗୀଙ୍କୁ ଫଳ ଟୋକେଇ ବଣ୍ଟନ କରାଯାଇଥିଲା | ଏହା ପରେ ବୃଦ୍ଧାଶ୍ରମ (ଶାନ୍ତି ହୋମସ ) ଓ ଅନାଥାଶ୍ରମ ( ଅନ୍ନପୂର୍ଣା ଚାଇଲ୍ଡ କେୟାର ସେଣ୍ଟର ) ରେ ଅନ୍ତେବାସୀ ମାନଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା |
ଏହି ସେବା କାର୍ଯ୍ୟ ମାଧ୍ୟମରେ ଆମର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଓ ପି ଜିନ୍ଦଲଙ୍କ ଜୟନ୍ତୀ ପାଳନ କରି ଆମେ ଗର୍ବିତ ବୋଲି ଜିନ୍ଦଲ ଷ୍ଟେନଲେସ୍ ର ଯାଜପୁର କାରଖାନା ମୁଖ୍ୟ ଶ୍ରୀ ଦୀପକ ଅଗ୍ରୱାଲ କହିଛନ୍ତି । ସେ ଅନ୍ୟ କାରଖାନା ମାନଙ୍କୁ ମଧ୍ୟ ଏହିପରି ରକ୍ତଦାନ ଶିବିର ଆୟୋଜନ କରିବାକୁ ଆହ୍ବାନ ଦେଇଛନ୍ତି, ଯାହାଦ୍ବାରା ରାଜ୍ୟ ତଥା ଦେଶରେ ରକ୍ତ ଅଭାବ କିଛି ମାତ୍ରା ରେ ଦୂର ହେଇ ପାରିବ | ଏକ ସାମାଜିକ ଦାୟିତ୍ଵ ପ୍ରାପ୍ତ ସଂଗଠନର ତାଙ୍କର ଦୃଷ୍ଟିକୋଣ ଆମକୁ ଅନ୍ୟମାନଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରେରଣା ଯୋଗାଇଥାଏ। ଆମେ ବିଶ୍ୱାସ କରୁ ଯେ ମିଳିତ ଭାବରେ କାର୍ଯ୍ୟ କରି ଆମେ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିପାରିବା।