ରାଜ୍ୟ

ସରକାରଙ୍କ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଢିଲା, ଅସ୍ୱାସ୍ଥ୍ୟକର ପରିବେଶ ରେ କୋମଳମତି ଶିଶୁ ପ୍ରଶାସନ ପକ୍ଷରୁ ଦୃଷ୍ଟି ପଡୁ l

ଯାଜପୁର (କଳିଙ୍ଗନଗର )- ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ମାଧ୍ୟମରେ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ବୃଦ୍ଧି ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ସରକାର ଙ୍କ ଯୋଜନାରେ ଶିଶୁ ର ବିକାଶ ବଦଳରେ ବିନାଶ ହେବା ଭଳି ପରିବେଶ ଦେଖିଲେ ଯେ କେହିବି ଅଙ୍ଗୁଳି ଉଠାଇବ l ଏହିପରି ଏକ ଦୃଶ୍ୟ ନଜରକୁ ଆସିଛ ଯାହାକି ମହିଳା ଓ ଶିଶୁବିକାଶ କାର୍ଯ୍ୟାଳୟ ଠାରୁ ମାତ୍ର କେତେ ମିଟର ଦୂରରେ l ଆମେ କହୁଛୁ ଦାନଗଦୀ ବ୍ଲକ ତ୍ରିଜଙ୍ଗା ଗ୍ରାମପଂଚାୟତ ଠାରେ ଥିବା ଅଙ୍ଗନାୱାଡି କେନ୍ଦ୍ର କଥା l ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନାହିଁ l ଦାନଗଦୀ ବ୍ଲକ ତ୍ରିଜଙ୍ଗା ଗ୍ରାମପଂଚାୟତ କାର୍ଯ୍ୟାଳୟ ପାଖରେ ଅବସ୍ଥିତ ଅଙ୍ଗନାୱାଡି କେନ୍ଦ୍ର ଯାହାକି ଦାନଗଦୀ ହାଟ ରେ ଅବସ୍ଥିତ l ଏହି କେନ୍ଦ୍ରରେ ୨୫ ଜଣ କୋମଳମତି ଶିଶୁ ପ୍ରାଥମିକ ଶିକ୍ଷା ପାଇଁ ଅଛନ୍ତି l ତିନି ବର୍ଷ ରୁ ଛ ବର୍ଷ ର ଶାରୀରିକ ଓ ମାନସିକ ବିକାଶ ପାଇଁ ଉତ୍ତମ ଖାଦ୍ୟ ଯୋଗାଇ ଦେଉଛନ୍ତି l ଖାଲି ଶିଶୁର ଖାଦ୍ୟ ଉପରେ ଧ୍ୟାନ ଦେଲେ ଶିଶୁର ବିକାଶ ହେବା ଅସମ୍ଭବ l ତେଣୁ ଉପଯୁକ୍ତ ସ୍ୱାସ୍ଥ୍ୟକର ପରିବେଶ ହିଁ ଏହାପାଇଁ ନିତ୍ୟାନ୍ତ ଆବଶ୍ୟକ l କିନ୍ତୁ ଦାନଗଦୀ ଅଙ୍ଗନାୱାଡି କେନ୍ଦ୍ର ଟି ର ପରିବେଶ ଏତେ ଖରାପ ଯେ ଯେକେହିବି ସେହି ବାଟଦେଇ ଗଲେ ନାକରେ ହାତ ଦେଉଛି l ଅଙ୍ଗନାୱାଡି ଘର ଅଛି କିନ୍ତୁ ବାଉଣ୍ଡାରୀ (ପାଚେରୀ ) ନାହିଁ l ଜନବୋହୁଳ ରାସ୍ତା ପାଖରେ ଏହି କେନ୍ଦ୍ରଟି ଅବସ୍ଥିତ l ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ ଦାୟୀ କିଏ ରହିବେ l ଏହି ଦୃଶ୍ୟ ଦେଖି କେହି ବି ଜାଣିପାରିବେ ଏହି ପରିବେଶ ବିଷୟରେ l ତେଣୁ ଶିଶୁମନଙ୍କର ବିକାଶ କୁ ଆଖିଆଗରେ ରଖି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l(ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *