ପ୍ରଥମେ ସଞ୍ଜୟ ସିଂ, ତାପରେ ମନୀଷ ସିସୋଡିଆ, ଏବେ କାହାର ପାଳି? କେଜ୍ରିୱାଲଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଭବିଷ୍ୟତ କ’ଣ ହେବ? ଦଳର ବରିଷ୍ଠ ନେତାମାନେ ଏଥିପାଇଁ ଚିନ୍ତିତ ହେବାରେ ଲାଗିଛନ୍ତି। ଜମଦ ଦୁର୍ନୀତିର ସ୍କାନରରେ ସମସ୍ତ ବଡ ନେତାଙ୍କ ନାମ ଆସିବା ଆରମ୍ଭ କରିଥିଲା। ଏଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ରାଜ୍ୟସଭା ସାଂସଦ ସମସ୍ତଙ୍କୁ ଜେଲ ଯିବାକୁ ପଡିଲା।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ବି ବାର୍ ପଛରେ ଅଛନ୍ତି। ତେବେ ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜାମିନ ପାଇଛନ୍ତି। ପ୍ରଥମେ ସଞ୍ଜୟ ସିଂଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ଏବଂ ବର୍ତ୍ତମାନ ମନୀଷ ସିସୋଡିଆଙ୍କୁ ୧୭ ମାସ ପରେ ଆଶ୍ବସ୍ତି ମିଳିଛି। ଏବେ ଜେଲ୍ରୁ କିଏ ମୁକୁଳିବେ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦଳର ଦୁଇ ବରିଷ୍ଠ ନେତାଙ୍କ ପରେ ଏବେ କେଜ୍ରିୱାଲଙ୍କ ଖୁସି ଖବର ଆସିବାର ଆଶା କରାଯାଉଛି।
ଦିଲ୍ଲୀ ସରକାର ଜେଲରୁ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ରେ ରହି ଶାସନ କାର୍ଯ୍ୟ ଚଳାଉଛନ୍ତି। ସିସୋଡିଆ ଜାମିନ ପାଇବା ସହିତ କେଜ୍ରିୱାଲଙ୍କ ଆଶା ମଧ୍ୟ ବଢ଼ିଛି।
୨ ଏପ୍ରିଲ ୨୦୨୪ରେ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ ହେବାର ୬ ମାସ ପରେ ଜାମିନ ପ୍ରଦାନ କରିଥିଲେ। ଆଇନଗତ ପ୍ରକ୍ରିୟା ଯୋଗୁ ତାଙ୍କର ମୁକ୍ତି ବିଳମ୍ବ ହୋଇଥିଲା ଏବଂ ସେ ୩ ଏପ୍ରିଲ୍ ୨୦୨୪ରେ ରାତି ପ୍ରାୟ ୮ଟା ୧୫ରେ ତିହାର ଜେଲରୁ ମୁକ୍ତ ହୋଇଥିଲେ। ଜେଲରୁ ମୁକୁଳିବା ମାତ୍ରେ ସେ ପ୍ରଥମେ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଭେଟି ତାଙ୍କ ପାଦ ଛୁଇଁଥିଲେ।