ରାଜ୍ୟ

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କିଏ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି? ଉଦ୍ଧବ ଏବଂ ଶରଦ ପାୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଅଭିଯୋଗ କରିଛନ୍ତି ଯେ ଶରଦ ପାୱାର ଏବଂ ଉଦ୍ଧବ ଠାକରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସା ସୃଷ୍ଟି କରିବା ପାଇଁ ମରାଠା ସଂରକ୍ଷଣ ଆନ୍ଦୋଳନକୁ ବ୍ୟବହାର କରୁଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ ଠାକରେ ଦାବି କରିଛନ୍ତି ଉଦ୍ଧବ ଏବଂ ପାୱାର ମନୋଜ ଜାରେଞ୍ଜଙ୍କ ନେତୃତ୍ୱାଧୀନ ସଂରକ୍ଷଣ ଆନ୍ଦୋଳନକୁ ଜାତି ରାଜନୀତି ପାଇଁ ଢାଲ ଭାବରେ ବ୍ୟବହାର କରୁଛନ୍ତି।

ଗତକାଲି ଯେତେବେଳେ ରାଜ ଠାକରେଙ୍କ ଦଳ ଉପରେ କିଛି କର୍ମୀ ଗୁଆ ଫିଙ୍ଗିଥିଲେ। ସନ୍ଦେହ କରାଯାଉଛି ଯେଉଁମାନେ ଏହା କରିଥିଲେ ସେମାନେ ଶିବସେନା (ୟୁବିଟି) କର୍ମୀ। ଏହି ଘଟଣାରେ ୬ଜଣ ଶିବସେନା (ୟୁବିଟି) କର୍ମୀଙ୍କୁ ଗିରଫ କରାଯାଇଛି।

ଏହି ଘଟଣା ସମ୍ପର୍କରେଏମଏନଏସ ମୁଖ୍ୟ ଦାବି କରିଛନ୍ତି ବିଡ୍ ଜିଲ୍ଲା ଶିବସେନା (ୟୁବିଟି) ମୁଖ୍ୟ ଜାରେଞ୍ଜଙ୍କ ପ୍ରତି ତାଙ୍କର ଆନ୍ତରିକତା ଦେଖାଇବା ପାଇଁ ଜାତିଆଣ ସ୍ଲୋଗାନ ଦେଇଛନ୍ତି। ସେ କହିଛନ୍ତି ଯଦି ଉଦ୍ଧବ ଠାକରେ ଶିବସେନା (ୟୁବିଟି) ଏବଂ ଶରଦ ପାୱାର ଏନସିପିର ଗସ୍ତ ସମୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ, ତେବେ ସେମାନେ ମହାରାଷ୍ଟ୍ରରେ ଗୋଟିଏ ବି ରାଲି ଆୟୋଜନ କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *