ରାଜ୍ୟ

ସଫଳତାର ସହ ଅନୁଷ୍ଠିତ ହେଲା ଗଣମାଧ୍ୟମ ସଂଘର କୋର୍ କମିଟି ସଭା

ସଫଳତାର ସହ ଅନୁଷ୍ଠିତ ହେଲା ଗଣମାଧ୍ୟମ ସଂଘର କୋର୍ କମିଟି ସଭା

ଭୁବନେଶ୍ୱର,(ପି.ଏନ୍): ଆଜି ଭାରତୀୟ କ୍ଷୁଦ୍ର ଏବଂ ମଧ୍ୟମ ସମ୍ବାଦପତ୍ର ସଂଘ, ଜାତୀୟ ଗଣମାଧ୍ୟମ ସଂଘ ଓ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଚତୁର୍ଥ କୋର୍ କମିଟି ସଭା ସଂସ୍ଥାପକ ଅଧ୍ୟକ୍ଷା ପୁଷ୍ପା ପାଣ୍ଡେୟାଙ୍କ ନିତୃତ୍ୱରେ ଗୁଗୁଲ ମିଟ୍ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଦେଶର ବିଭିନ୍ନ ସ୍ଥାନରୁ ସଦସ୍ୟମାନେ ଅଂଶଗ୍ରହଣ କରି ଆଗାମୀ ସେପ୍ଟେମ୍ବର ମାସ ୨୧ ଓ ୨୨ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସଭା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି।ଏଥିସହିତ ସଂଗଠନର ସମ୍ପ୍ରସାରଣ ସଂପର୍କରେ ଚର୍ଚ୍ଚା କରାଯାଇ ଯେଉଁ ସ୍ଥାନରେ ଏହାର ଶାଖା ନାହିଁ ସେଠାରେ ସଂଗଠନକୁ ଯଥାଶୀଘ୍ର ସମ୍ପ୍ରସାରଣ କରିବା ଓ ଯେଉଁ ସ୍ଥାନରେ ସଂଗଠନ କାର୍ଯ୍ୟ କରୁଛି ସେଠାରେ ସାଂଗଠାନିକ କାର୍ଯ୍ୟକଳାପକୁ ଶକ୍ତିଶାଳୀ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଆଲୋଚନା କାଳରେ ବରିଷ୍ଠ ସଦସ୍ୟ ଅରୁଣ ଗୋଏଲ, ଏମ.କେ. ମୋଦି ଓ ବାଲା ସାହେବ ଆମ୍ବେକର ପ୍ରମୁଖ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ଏହି ବୈଠକରେ
କୋର୍ କମିଟି ସଦସ୍ୟ ବି.ଡି. ଦେଶପାଣ୍ଡେ, ମୈଥିଲୀ ରାଜା, ଧୀରଜ କୁମାର, ସଞ୍ଜୟ କୁମାର ମିଶ୍ର, ପ୍ରତିକ କୁମାର ସିଂହ, ପାର୍ଥ ରାୟ, ସୁଶୀଲ ଶର୍ମା, ମୁଶିର ଆହମଦ, ମଣିକଣ୍ଠନ୍ ଙ୍କ ସମେତ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କେତେକ ସଦସ୍ୟ ଯୋଗାଯୋଗ ଜନିତ ଯାନ୍ତ୍ରିକ ସମସ୍ୟା ଯୋଗୁଁ ବୈଠକରେ ଯୋଗ ଦେଇ ପାରିନଥିଲେ। ଶିବୁ ଖାନ୍ ବୈଠକକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *