ରାଜ୍ୟ

 ଓଡ଼ିଶାରେ ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି ୭ ଜଣ ସଚିବ | ଏମିତିକି ଜଣେ ସଚିବ ଗୋଟିଏ ବିଭାଗରେ ୧୩ ବର୍ଷରୁ ଅଧିକ ଦିନ ହେବ ମଧ୍ୟ ରହିଛନ୍ତି 

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ବିଭାଗରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି ୭ ଜଣ ସଚିବ | ଏମିତିକି ଜଣେ ସଚିବ ଗୋଟିଏ ବିଭାଗରେ ୧୩ ବର୍ଷରୁ ଅଧିକ ଦିନ ହେବ ମଧ୍ୟ ରହିଛନ୍ତି | ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଆଜି କିଛି ଏଭଳି ତଥ୍ୟ ମିଳିଛି | ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ କେତେଜଣ ସଚିବ ଗୋଟିଏ ବିଭାଗରେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା କାର୍ଯ୍ୟ କରିଆସୁଛନ୍ତି?ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସଂସଦୀୟ ବ୍ୟାପାର ବିଭାଗ ସଚିବ ଜି ମାଥିଭାଥାନନ ୨୦୧୦ରୁ ଏଯାବତ୍ ଅର୍ଥାତ୍ ୧୩ ବର୍ଷ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୦୧୪ରୁ ଏଯାଏ ଅର୍ଥାତ୍ ୯ ବର୍ଷ ସଚିବ ଭାବେ ଦାୟିତ୍ଵ ତୁଲାଉଛନ୍ତି। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ  ଭାସ୍କର ଜ୍ୟୋତି ଶର୍ମା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ  ବୀର ବିକ୍ରମ ଯାଦବ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ  ମନୋଜ ମିଶ୍ର ସମାନ ପଦବୀରେ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।

Leave a Reply

Your email address will not be published. Required fields are marked *