ନବରଙ୍ଗପୁର ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୁବ ଦିବସ ଓ ଏଡ଼ସ ସଚେତନତା ଅଭିଯାନ
HIV/AIDS ଉପରେ ସଚେତନତା ଅଭିଯାନ ର ଶୁଭାରମ୍ଭ
ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ ର ମିଳିତ ପ୍ରୟାସ ରେ ତଥା
ରେଡକ୍ରସ ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି । ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା (NACO),ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ର ମିଳିତ ଆନୁକୁଲ୍ୟରେ ଆଜିଠାରୁ ହେଉଥିବା HIV/AIDS ଉପରେ ସଚେତନତା ଅଭିଯାନ କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିବା ସହ ଏଡ଼ସ ରୋଗ ର ଉତ୍ପତ୍ତି, କ୍ରମ ବିକାଶ ଓ ପ୍ରତିଷେଧକ ଉପରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ। ଜିଲ୍ଲା ଡାକ୍ତରଖାନା ର ଦିଶା ବିଭାଗ ର ପ୍ରାନ୍ତୀୟ ପ୍ରକଳ୍ପ ମ୍ୟାନେଜର ଚନ୍ଦ୍ର ଶେଖର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଏଚ ଆଇ ଭି – ଏଡ଼ସ ରୋଗ ର କାରଣ ନିରାକରଣ ଉପରେ ଛାତ୍ର ଛାତ୍ରୀଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ରେଡ୍ ରିବନ କ୍ଲବ୍ ମଧ୍ୟମରେ ଏଡ଼ସ ରୋଗର କାରଣ ଓ ନିରାକରଣ ପାଇଁ ସ୍ବେଚ୍ଛାସେବୀ ଙ୍କ ମଧ୍ୟମରେ ଗାଁ ଗହଳି ରେ ସଚେତନତା ସୃଷ୍ଟି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରେଡକ୍ରସ୍ କାଉନସିଲର ନିର୍ମଳା ହିକ୍କିକା ,ରଜନୀ ମିଞ୍ଜ ଓ ଅଶ୍ଵିନୀ ବେହେରା ତଥା ଜାତୀୟ ସେବା ସଂସ୍ଥା ସଂଯୋଜିକା ମାନସୀ ମହାପାତ୍ର କଲେଜ ସ୍ତରରେ ସମାଜ ସେବାରେ ରେଡ଼କ୍ରସ ର ଭୂମିକା ଉପରେ ବକ୍ତବ୍ୟ ଦେବା ସହ ସମାଜ ସେବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ର ସଫଳତା ପାଇଁ ଅଧ୍ୟାପକ ପ୍ରିୟବ୍ରତ ସାହୁ,ବନମାଳୀ ବେହେରା ପ୍ରମୂଖ ଭୂମିକା ନେଇଥିଲେ।କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ ଧନ୍ୟବାଦ ପ୍ରଦାନ କରିବା ସହ ଆଗାମୀ ଦିନରେ ଏଡ଼ସ ଉପରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଥିବା କଥା ସୂଚନା ଦେଇଥିଲେ।