ରାଜ୍ୟ

ଦିଲ୍ଲୀରୁ ଅଧିକାର ଛଡ଼ାଇ ଆଣିବାକୁ ପଡ଼ିଥାଏ, ଅନୁରୋଧ କଲେ କିଛି ମିଳିବ ନାହିଁ: ନୀତୀଶଙ୍କୁ ପୁଣି ଉସୁକାଇଲେ ଲାଲୁ ଯାଦବ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କଠାରୁ ଅଧିକାର ଦାବି କରି ସେ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। ଲାଲୁ କହିଛନ୍ତି ଦିଲ୍ଲୀରେ ଅଧିକାର ମାଗିଲେ ଅବା ଅନୁରୋଧ କଲେ କିଛି ମିଳିବ ନାହିଁ। ଏହାକୁ ଛଡ଼େଇ ନେବାକୁ ପଡିବ।

ସେ ରେଳ ମନ୍ତ୍ରୀ ଥିବା ସମୟରେ ଛପରାରେ ନିର୍ମିତ ହୋଇଥିବା ରେଳ ଚକା କାରଖାନାର ଉଦାହରଣ ଦେଇଛନ୍ତି। ଲାଲୁ ପ୍ରଶ୍ନ କରିଛନ୍ତି ଯେ କେବଳ ଘୋଷଣା ବ୍ୟତୀତ ଏନଡିଏ ସରକାରଙ୍କଠାରୁ ୧୦ ବର୍ଷ ମଧ୍ୟରେ ବିହାର କ’ଣ ପାଇଛି?

ଲାଲୁ ଯାଦବ କହିଛନ୍ତି ୨୦୧୪ ରେ ୩୧ ଜଣ ସାଂସଦ, ୨୦୧୯ ରେ ୩୯ ଜଣ ସାଂସଦ ଏବଂ ୨୦୨୪ ରେ ୩୦ ଜଣ ସାଂସଦ ଥିବା ସତ୍ତ୍ୱେ ନୀତୀଶ କୁମାର ଦିଲ୍ଲୀରେ ଅଧିକାର ପାଇଁ ଅଧିଆ ପଡୁଛନ୍ତି। ତଥାପି ସେ କିଛି ପାଇ ନାହାନ୍ତି। ଲାଲୁ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏସବୁ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *