ରାଜ୍ୟ

ବାଂଲାଦେଶରେ ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବା ଉଚିତ୍: ବିଜେପି ନେତା ମୋଦୀଙ୍କୁ ଚିଠି ଲେଖିଲେ…

ଭୋପାଳ: ବାଂଲାଦେଶରେ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପରେ ସମଗ୍ର ଦେଶରେ ହିଂସା ଆରମ୍ଭ ହୋଇଥିଲା। ଯାହା ସମୟ ସହିତ କ୍ରମାଗତ ଭାବେ ବୃଦ୍ଧି ପାଇଥିଲା। ତେବେ ଦେଶର ପରିସ୍ଥିତିକୁ ଅନୁଧ୍ୟାନ କରି ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ଶେଖ ହସିନା ବାଂଲାଦେଶ ଛାଡିବା ଦିନଠାରୁ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଥିଲା। ହିନ୍ଦୁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ମନ୍ଦିରଗୁଡିକ ଭାଙ୍ଗି ଦିଆଯାଇଥିଲା।ସୋସିଆଲ ମିଡିଆରେ ବାଂଲାଦେଶ ହିଂସାର ଅନେକ ଭିଡିଓ ସାମ୍ନାକୁ ଆସୁଛି। ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରୁ ବିଜେପି ନେତା ସଞ୍ଜୟ ଶୁକ୍ଲା ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ବାଂଲାଦେଶ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *