ମୁଖ୍ୟ ଖବରରାଜ୍ୟ

ଭୁ‌ବନେଶ୍ବରରୁ ସିମ୍ ବକ୍ସ ମିଳିବା ଘଟଣା: ବାଂଲାଦେଶରେ ଥିଲା ହ୍ୟାଣ୍ଡଲର, ପାକିସ୍ତାନ ଓ ଚୀନରୁ ଆସୁଥିଲା କଲ

ଭୁବନେଶ୍ବର: ରାଜଧାନୀ ଭୁ‌ବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୁଲିସ କମିଶନର ସଞ୍ଜୀବ ପଣ୍ଡା ସିମ୍ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ କରିଛନ୍ତି। ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିଲା। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିଲା।

ସିମବକ୍ସ ସହ ବାଂଲାଦେଶୀ ଲିଙ୍କ ପଦାରେ ପଡ଼ିବା ପରେ ପୁଲିସର ଚିନ୍ତା ବଢିଯାଇଛି। କାରଣ ସିମବକ୍ସର ବ୍ୟବହାର ଆତଙ୍କବାଦୀମାନେ କରିଥାନ୍ତି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିସନରେଟ ପୁଲିସ। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସାହାଯ୍ୟ ଲୋଡିବ କମିସନରେଟ ପୁଲିସ।

Leave a Reply

Your email address will not be published. Required fields are marked *