ବେଳାଭୂମି ସଫେଇ ନିମନ୍ତେ ଆହ୍ୱାନ କଲେ ସ୍ବେଛାସେବୀ ଅନୁଷ୍ଠାନ ସାହ
ସ୍ଥାନୀୟ ସାହା ସ୍ବେଛାସେବୀ ଅନୁଷ୍ଠାନ, ଏଚ ଏଚ ଡବ୍ଲ୍ୟୁ ଓ, ଓ ୱା ଇ ଡବ୍ଲ୍ୟୁ ସି ଏ ମହିଳା ସଂଗଠନ ର ମିଳିତ ଆନୁକୂଲ୍ୟରେ ରେ ଆଜି ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ସମୁଦ୍ର ବେଳାଭୂମି ରେ ପ୍ଲାଷ୍ଟିକ ବୋତଲ, ପଲିଥିନ ଓ ବିଭିନ୍ନ ମଇଳା ଆବର୍ଜନା ଯୋଗୁଁ ପରିବେଶ ଦୂଷିତ ହେବା ସଂଗେ ସଂଗେ ସାମୁଦ୍ରିକ ଜୀବ ମାନଙ୍କ ପାଇଁ ଏସବୁ କ୍ଷତିକାରକ ଅଟେ ଏବଂ ସେମାନଙ୍କ ସୁରକ୍ଷା ନିମନ୍ତେ ଆମେ ସଚେତନ ହେବା ଆବଶ୍ୟକ ବୋଲି ପରିବେଶବିତ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସହ ଅଧ୍ୟାପକ ଡ ଅଞ୍ଜନ କୁମାର ପୃଷ୍ଟି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମତ ରଖିଥିଲେ l ଏହି କ୍ୟାମ୍ପେନ ଗତ ମାସ ସୋନପୁର ବେଳାଭୂମି ଠାରୁ ଆରମ୍ଭ ହେଇଛି ଏବଂ ଆମେ ତିନୋଟି ସ୍ବେଛାସେବୀ ସଂଗଠନ ପ୍ରତି ମାସ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମୁଦ୍ର ତଟ ବେଳାଭୂମି ଓ ଦର୍ଶନୀୟ ସ୍ଥାନ ଗୁଡିକରେ ଏପରି ଜନ ସଚେତନତାସୃଷ୍ଟି କରି ମାଧ୍ୟମରେ ପରିବେଶ ସ୍ୱଚ୍ଛ ରଖିବା ସଂଗେ ସଂଗେ ସାମୁଦ୍ରିକ ପ୍ରାଣୀ ଙ୍କ ଜୀବନ ରକ୍ଷା କରିବା ଦିଗରେ ପ୍ରୟାସ କରିବା ଆମର ଲକ୍ଷ୍ୟ ବୋଲି ସାହା ର ଅଧ୍ୟକ୍ଷା ଲେନା ଚାନ୍ଦ କହିଛନ୍ତି l
ଏଚ ଏଚ ଡବ୍ଲ୍ୟୁ ଓ ର ସଭାପତି ମନୋରଞ୍ଜନ ବେହେରା ଏହି କାମ୍ପେନ ମାଧ୍ୟମରେ ବେକଭୂମିର ଦର୍ଶକ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ନିମନ୍ତେ ଆହ୍ୱାନ ଓ ସଚେତନ କୋରେଇଥିଲେ ଏବଂ ସାହା ର ଉପାଧ୍ୟକ୍ଷ ଅମୀୟ କୁମାର ଡାକୁଆ ବେଳାଭୂମିରେ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ବିକ୍ରି କରୁଥିବା ଛୋଟ ବ୍ୟବସାୟୀ ମାନଙ୍କୁ ଡଷ୍ଟବିନ ବ୍ୟବହାର କରିବାପାଇଁ ଓ ତାଙ୍କ ପରିପାର୍ଶ୍ୱ କୁ ସଫା ସୁତୁରା ରଖିବା ପାଇଁ ପରାମର୍ଶ ଦେଇଥିଲେ l ୱାଇ ଡବ୍ଲ୍ୟୁ ସି ଏ ର ଅଧ୍ୟକ୍ଷା ଟି ଶାନ୍ତି ନଳିନୀ ଏସବୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପରିବେଶ ବିଜ୍ଞାନ ରେ ଗବେଷଣାରତ ପି ଏଚ ଡି ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇ ଏହି ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ରଖିବା ନିମନ୍ତେ ସ୍ଥାନୀୟ ଜନ ସାଧାରଣ ଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିଥିଲେ l ଏହି ଅବସରରେ ତିନୋଟି ସଂଗଠନ ର ସମସ୍ତ ସଦସ୍ୟ ସଦସ୍ୟା ତଥା କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଏଚ ଏଚ ଡବ୍ଲ୍ୟୁ ଓ ର ସମ୍ପାଦକ ସତୀଶ ଅଚାରୀ, ଚିନ୍ମୟ ଜୟଶ୍ରୀ ଓ ସାହା ଓ ୱାଇ ଡବ୍ଲ୍ୟୁ ସି ଏ ରୁ ଶେଫାଳି ସିଂ, ଅର୍ଚନା ନାୟକ, ଶ୍ରେୟା ଡାକୁଆ, ଏଲିଜ଼ାବେଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନ କରିବାରେ ସହଯୋଗ କରିଥିଲେ