ଅସୁରକ୍ଷିତ ଭବିଷ୍ୟତ, ପେନସନ୍ ନ ପାଇବାର ଭୟ ଯୋଗୁ ଅଗ୍ନିବୀର ଚୋରି କରୁଛନ୍ତି !
ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଇଣ୍ଡିଆ ମେଣ୍ଟ ସରକାର କ୍ଷମତାକୁ ଆସିବା ମାତ୍ରେ ‘ଅଗ୍ନିବୀର’ ଯୋଜନା ରଦ୍ଦ ହେବ। ଲୋକସଭା ନିର୍ବାଚନ ପରେ ଅନୁଷ୍ଠିତ ସଂସଦ ଅଧିବେଶନରେ ରାହୁଲ ଅଗ୍ନିବୀର ପ୍ରସଙ୍ଗ ଉଠାଇଥିଲେ। ଭୋପାଳରେ ଛୁଟିରେ ଥିବା ଅଗ୍ନିବୀର ଯବାନ ଏକ ଅଳଙ୍କାର ଦୋକାନରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
କଂଗ୍ରେସ ପାର୍ଟିର ପୂର୍ବତନ ସୈନିକ ବିଭାଗର ଜାତୀୟ ସଭାପତି କର୍ଣ୍ଣେଲ ରୋହିତ ଚୌଧୁରୀ ଏହି ଘଟଣାକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି। ଜଣେ ଅଗ୍ନିବୀର ଅପରାଧୀ ହେବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଚୌଧୁରୀ ଏଭଳି ସେନା ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଯେ ଅସୁରକ୍ଷିତ ଭବିଷ୍ୟତ ଏବଂ ଚାରି ବର୍ଷ ପରେ ପେନ୍ସନ୍ ନ ମିଳିବାର ଭୟ ଅଗ୍ନିବୀର ବାହିନୀକୁ ଅପରାଧ ପଥରେ ନେଉଛି କି? ଏହାପୂର୍ବରୁ ସେ ‘ଅଗ୍ନିପଥ’ ଯୋଜନା ମାଧ୍ୟମରେ ସେନାରେ ନିଯୁକ୍ତ ହେଉଥିବା ଅଗ୍ନିବୀରଙ୍କର ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲେ। ଗତ ଏକ ବର୍ଷ ମଧ୍ୟରେ, ସେନାର ୧୫ ଅଗ୍ନିବୀର ଆତ୍ମହତ୍ୟା କରିଛନ୍ତି।
କର୍ଣ୍ଣେଲ ରୋହିତ ଚୌଧୁରୀ କହିଛନ୍ତି ଯେ ଅଗ୍ନିବୀର ବାହିନୀ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଦେଖୁ ନାହାନ୍ତି। ସେମାନେ ଚାକିରିରେ ଥିଲେ ମଧ୍ୟ ଚାରି ବର୍ଷ ପରେ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି । ସେନା ବାହାରକୁ ଆସିବା ପରେ ସେମାନେ କୁଆଡେ ଯିବେ? ସଦ୍ୟତମ ଚୋରି ମାମଲା ଭୋପାଳର। ଛୁଟିରେ ଥିବା ଅଗ୍ନିବୀର ଯବାନ ଏକ ଅଳଙ୍କାର ଦୋକାନରୁ ୫୦ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଋଣ ପରିଶୋଧ କରିବା ପାଇଁ ସେ ଏହି ଘଟଣା କରିଥିବା ଖବରରେ ଲେଖାଯାଇଛି। ଏହା ହେଉଛି ଭେଦଭାବର ଫଳାଫଳ ।
ଯଦି ସେମାନେ ନିୟମିତ ସେନା ସୈନିକ ପରି ସମସ୍ତ ସୁବିଧା ଏବଂ ପେନସନ୍ ପାଉଥାନ୍ତେ, ତେବେ ସେ ଅପରାଧ ରାସ୍ତାରେ ଯାଇ ନ ଥାନ୍ତେ। ବର୍ତ୍ତମାନ ସେମାନେ ନିଜ କ୍ୟାରିଅରକୁ ଅନ୍ଧକାରରେ ଦେଖୁଛନ୍ତି। ଚୌଧୁରୀଙ୍କ କହିବାନୁସାରେ, ଗତ ମାସରେ ଏକ ଡକାୟତି ମାମଲାରେ ପଞ୍ଜାବ ପୁଲିସ୍ ଦ୍ୱାରା ଅନ୍ୟଜଣେ ଅଗ୍ନିବୀର ଯବାନଙ୍କୁ ଗିରଫ କରାଯାଇଥିଲା। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏଭଳି ଘଟଣା