ମଣ୍ଡାପାଳ ଚିକିତ୍ସାଳୟର ଠିକାକର୍ମଚାରୀଙ୍କ ୪ମାସ ଦରମା ନାହିଁ
ସରାଙ୍ଗ ତା ୧୬/୦୧ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଆଜକୁ ୪ହେବ ଦରମା ପାଇ ନଥିବାରୁ ସେମାନେ ଆଜି ନିଜଭିତରେ ସମନ୍ୱୟ ରଖି ଆଜି ମିଳିତଭାବେ କାର୍ଯ୍ୟରତ ଠିକାକର୍ମଚାରୀମାନେ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଆଜକୁ ୪ମାସ ହେବ ଦରମା ପାଇ ନଥିବାରୁ ତାଙ୍କ ପରିବାର ପ୍ରତିପୋଷଣ କରିବାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି, ଏବଂ ଧାରକରଜ କରି କେତେ ଦିନ ପରିବାର ପ୍ରତିପୋଷଣ କରିବେ ବୋଲି ସେମାନେ ଏହି ଦାବି ପତ୍ରମାଧ୍ୟରେ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି । ସେମାନଙ୍କୁ ପ୍ରତ୍ୟେକ ମାସରେ ନିୟମିତ ଦରମା ପ୍ରଦାନ କରିବାକୁ କାର୍ଯ୍ୟରତ ଠିକାକର୍ମଚାରୀମାନେ ଜଣାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ କାର୍ଯ୍ୟରତ ଠିକାକର୍ମଚାରୀ ସାବିତ୍ରୀ ସାହୁ, ନନ୍ଦିନୀ ବାରିକ, ରଶ୍ମିତା ସାହୁ, ରୁନୁବାଳା ସାହୁ, ବାସନ୍ତୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।,,,