ଏସବୁ ସରକାରୀ କର୍ମଚାରୀ ଅଗଷ୍ଟ ମାସର ଦରମା ପାଇବେ ନାହିଁ !: ସରକାରଙ୍କ ବଡ ନିଷ୍ପତ୍ତି
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଏକ ବଡ ଆଦେଶ ଦେଇଛନ୍ତି। ବାସ୍ତବରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଯେଉଁ ସରକାରୀ କର୍ମଚାରୀମାନେ ଏପର୍ଯ୍ୟନ୍ତ ସେମାନଙ୍କର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ଦେଇ ନାହାନ୍ତି ସେମାନଙ୍କୁ ଅଗଷ୍ଟ ମାସର ଦରମା ମିଳିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ସରକାର ରାଜ୍ୟର ସମସ୍ତ ସରକାରୀ ବିଭାଗର ମୁଖ୍ୟମାନଙ୍କୁ ଏନେଇ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଗଷ୍ଟ ମାସ ପାଇଁ ଦରମା ଏପରି ସମସ୍ତ କର୍ମଚାରୀଙ୍କୁ ଦିଆଯିବ ନାହିଁ।
ଯେଉଁମାନଙ୍କୁ କହିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପତ୍ତିର ସବିଶେଷ ତଥ୍ୟ ସେମାନେ ଦେଇନାହାନ୍ତି, ସେସବୁ କର୍ମଚାରୀଙ୍କୁ ଅଗଷ୍ଟମାସରେ ଦରମା ପ୍ରଦାନ କରାଯିବ ନାହିଁ।