ରାଜ୍ୟ

ରାଜୀବଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତହେବା ପାଇଁ ଯୁବ ପିଢ଼ିଙ୍କୁମୁଖ୍ୟ ଅତିଥିଙ୍କ ଆହ୍ୱାନଦାରିଦ୍ର୍ୟ ଓ ନିରକ୍ଷରତା ଦୂରିକରଣ ଥିଲାରାଜୀବଗାନ୍ଧୀଙ୍କ ସ୍ୱପ୍ନ

ଭୁବନେଶ୍ୱର, ତା. ୨୦/୦୮ : ଓଡ଼ିଶାରାଜୀବଗାନ୍ଧୀଛାତ୍ରଫୋରମ୍‌ ଓ ରାଜୀବଗାନ୍ଧୀଷ୍ଟଡ଼ିସର୍କଲମିଳିତ ଆନକୁଲ୍ୟରେରାଜୀବଗାନ୍ଧୀଙ୍କର ୮୦ ତମଜନ୍ମଜୟନ୍ତୀ ଓ ରାଜ୍ୟସ୍ତରୀୟରାଜୀବଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବରାଜ୍ୟସଭାପତିସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ ଘଟିକାସମୟରେଭୁବନେଶ୍ୱରସ୍ଥିତଜୟଦେବ ଭବନରେ ଅନୁଷ୍ଠିତହୋଇଥିଲା ।ମୁଖ୍ୟଅତିଥି ଭାବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସରକୁମରବର ଦାସଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱୋଳନ କରି ଉଦ୍‌ଘାଟନ କରିଥିଲେ । ଯୁବକମାନେ ସମ୍ଭାବନରଶକ୍ତି, ରାଜୀବଗାନ୍ଧୀଭାରତକୁଶୋଷଣ ଦୁର୍ନୀତି ଓ ବୈଷମ୍ୟମୁକ୍ତସମାଜ ଗଠନ କରିବାକୁସଂକଳ୍ପ ବଦ୍ଧ ହୋଇଥିଲେ ।ସୂଚନା ଓ ପ୍ରଜୁକ୍ତିବିଦ୍ୟାକ୍ଷେତ୍ରରେଭାରତବର୍ଷକୁସର୍ବଶ୍ରେଷ୍ଠ ଓ ବିକଶିତରାଷ୍ଟ୍ରରେ ପରିଣତକରିବାଲାଗିରାଜୀବଗାନ୍ଧୀଙ୍କ ଉଦ୍ୟମଚିର ପ୍ରଶଂସନୀୟବୋଲିମୁଖ୍ୟ ଅତିଥି କୁମରବର ଦାସ ନିଜଭାଷଣରେକହିଥିଲେ ।ରାଜୀବଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇବିରାଜସ୍ୱର ୧ ଟଙ୍କାରୁ ୮୦ ପଇସାବାଟମାରଣାହେବା ଅତ୍ୟନ୍ତ ଚିନ୍ତାଜନକକହି ନିଜସରକାରଙ୍କୁବିସମାଲୋଚନାକରିବାକୁ ପଛାଇନଥିଲେ । ୧୮ ବର୍ଷରଭୋଟ ଦାନ ଅଧିକାର ଥିଲାତାଙ୍କରଐତିହାସିକ ନିଷ୍ପତି ।ସର୍ବଧର୍ମସମଭାବପନ୍ନ ବିଶ୍ୱାସକରିବା, ପଂଚାୟତରାଜବ୍ୟବସ୍ଥାରେମହିଳାକୁସୁଯୋଗ ଦେବା ଓ କେବିକେକୁ ସ୍ୱତନ୍ତ୍ର ଧ୍ୟାନ ଦେବାତାଙ୍କର ଅବଦାନ ଚିରସ୍ମରଣୀୟବୋଲିମୁଖ୍ୟବକ୍ତାଭାବରେଯୋଗଦେଇ ପ୍ରାକ୍ତନ ରାଜ୍ୟସଭାସାଂସଦ ରାମଚନ୍ଦ୍ରଖୁଂଟିଆମତବ୍ୟକ୍ତକରିଥିଲେ । ଅନ୍ୟମାନଙ୍କମଧ୍ୟରେ ସମ୍ମାନୀୟ ଅତିଥି ଭାବରେଭାରତୀୟବାୟୁସେନାର ପ୍ରାକ୍ତନ ଏୟାରଭାଇସ୍‌ମାର୍ଶଲମହାରାଜାମହନ୍ତ, ହାଇଟେକ୍‌ଗ୍ରୁପ୍‌ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହି, ଦୈନିକଖବପରକାଗଜ ପର୍ଯ୍ୟବେକ୍ଷକ ତଥା କଳିଙ୍ଗକ୍ଲୋନିକିଲ୍‌ରମୁଖ୍ୟସମ୍ପାଦକ ପବିତ୍ରମୋହନ ସାମନ୍ତରାୟଯୋଗ ଦେଇ ରାଜୀବଗାନ୍ଧୀଙ୍କବହୁମୁଖି ପ୍ରତିଭାବିଷୟରେ ନିଜର ଅନୁଭୂତିକୁବର୍ଣ୍ଣନାକରିଥିଲେ ।ରାଜ୍ୟସଭାପତିସତ୍ୟବ୍ରତ ନାୟକତାଙ୍କବକ୍ତବ୍ୟରେକହିଥିଲେ ଆଜିର ସମ୍ମାନୀତ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେତାଙ୍କରକର୍ମମୟଜୀବନରେସେବାମନବୃତିନେଇକାର୍ଯ୍ୟକଲେତାହାରାଜୀବଗାନ୍ଧୀଙ୍କ ପ୍ରତିଶ୍ରେଷ୍ଠଶ୍ରଦ୍ଧାଞ୍ଜଳିହେବ ।ଫୋରମ୍‌ସାଧାରଣସମ୍ପାଦକ- ପଦ୍ମାକରଗୁରୁ ଅତିଥି ପରିଚୟକରିବାସହସ୍ୱାଗତଭାଷଣ ପ୍ରଦାନ କରିଥିଲେ ।ଏହିକାର୍ଯ୍ୟକ୍ରମରେଏନ୍‌.ସି.ସି., ସ୍କାଉଟ୍‌ଗାଇଡ଼ରେଞ୍ଜର, ରୋଭର, ଏନ୍‌.ଏସ୍‌.ଏସ୍‌. ସ୍ୱେଚ୍ଛାସେବୀ, ୟୁଥ୍‌ ରେଡ଼କ୍ରସସ୍ୱେଚ୍ଛାସେବୀ, କଳା, ବିଜ୍ଞାନ, ଓଡ଼ିଶୀ ନୃତ୍ୟ, ସଂଗୀତ ଓ କ୍ରୀଡ଼ାରେରାଜ୍ୟରଶ୍ରେଷ୍ଠ ୧୧୦ଜଣ ଛାତ୍ରଛାତ୍ରୀଙ୍କୁରାଜ୍ୟସ୍ତରୀୟରାଜୀବଗାନ୍ଧୀ ପ୍ରତିଭା ସମ୍ମାନରେ ମୁଖ୍ୟଅତିଥି ଓ ଅତିଥିମାନେ ସମ୍ମାନୀତ କରିଥିଲେ ।
ଏହିକାର୍ଯ୍ୟକ୍ରମରେସଂଗଠନରକାର୍ଯ୍ୟକର୍ତା ପ୍ରିୟବ୍ରତ ନାୟକ, ସାଗର ରଞ୍ଜନ ପରିଡ଼ା, ଅନୀଲକୁମାରମହାନ୍ତି, ଅନିଲକୁମାରଛୁଆଲସିଂ, ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖକାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ ।ସଂଗଠନରସଂଯୋଜକ ପ୍ରିୟବ୍ରତ ନାୟକ ଧନ୍ୟବାଦ ଅର୍ପଣକରିଥିଲେ ।

Leave a Reply

Your email address will not be published. Required fields are marked *