ରାଜ୍ୟ

୧୫୧ ସାଂସଦ-ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା, ୧୬ ଜଣଙ୍କ ବିରୋଧରେ ବିଚାରାଧୀନ…

ନୂଆଦିଲ୍ଲୀ: ଦେଶରେ ୧୫୧ ଜଣ ସାଂସଦ ଏବଂ ବିଧାୟକ ସେମାନଙ୍କ ନିର୍ବାଚନୀ ସତ୍ୟାପାଠରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ସହ ଜଡିତ ମାମଲା ଘୋଷଣା କରିଛନ୍ତି। ଏହି ମାମଲାଗୁଡ଼ିକ ଯୌନ ଶୋଷଣ ଠାରୁ ଆରମ୍ଭ କରି ବଳାତ୍କାର ପର୍ଯ୍ୟନ୍ତ ରହିଛି। ଏହି ତାଲିକାରେ ପଶ୍ଚିମବଙ୍ଗ ଶୀର୍ଷରେ ରହିଛି

ଯେଉଁଠାରେ ସର୍ବାଧିକ ସଂଖ୍ୟକ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ରହିଛି।ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ସାଂସଦମାନେ ଦେଇଥିବା ୪,୬୯୩ ଆଫିଡେଭିଟ୍କୁ ଏଡିଆର ରିପୋର୍ଟ ବିଶ୍ଳେଷଣ କରିଛି। ପଶ୍ଚିମବଙ୍ଗର ସାଂସଦ ଏବଂ ବିଧାୟକମାନେ ମହିଳାଙ୍କ ସହ ଜଡିତ ଅପରାଧରେ ଅଧିକ ଜଡିତ। ସେଠାରେ ୨୫ଜଣ ସାଂସଦ ଏବଂ ବିଧାୟକ ଏଭଳି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ୨୧ ଜଣ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଏଭଳି ମାମଲା ଥିବା ବେଳେ ଓଡିଶାରେ ୧୭ ଜଣଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *