ରାଜ୍ୟ

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ: ମନରେଗା କାମ କରିବାକୁ ବ୍ୟାକୁଳ ହେଲା

ପଟ୍ଟାଙ୍ଗି: ସାଧାରଣ ନିର୍ବାଚନ ସରିବା ପରେ ଦ୍ୱିତୀୟ ଥର ଆନ୍ଧ୍ର ପ୍ରଦେଶର ଓଡ଼ିଶା ମଧ୍ୟକୁ ଅନୁପ୍ରବେଶ ହୋଇଛି। ଆଜି ଆନ୍ଧ୍ରର ଟିଡିପି ସରକାର ଓ ସାଲୁର ବ୍ଲକ କର୍ମଚାରୀ କୋଟିଆର ଧୂଳିପଦରରେ ଅନୁପ୍ରବେଶ କରି ମନରେଗା କାମ ପାଇଁ ଓଡ଼ିଶାର ୪ଟି ଗାଁ ପାଇଁ ଗ୍ରାମସଭା କରି ଫେରିଥିବା ସୂଚନା ମିଳିଛି। କିଛି ଦିନର ନୀରବତା ପରେ ପୁଣି ଆନ୍ଧ୍ର ଓଡ଼ିଶା ସୀମାନ୍ତ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ଧୂଳିପଦର ଅନୁପ୍ରବେଶ କରିଛି ଆନ୍ଧ୍ର।

ନିର୍ବାଚନ ସରିବାର ପ୍ରାୟ ୩ ମାସ ପରେ ଦ୍ୱିତୀୟ ଥର ଅନୁପ୍ରବେଶ କରି ଆନ୍ଧ୍ରର ନିର୍ବାଚିତ ନୂତନ ସରକାର  ଗ୍ରାମସଭା କରିଥିବା ଜଣାପଡ଼ିଛି l ବିଶେଷ କରି ଏହି କାର୍ଯ୍ୟକ୍ରମଟି ସାଲୁର ମଣ୍ଡଳସ୍ଥିତ ଗଞ୍ଜେଇପଦର ପଂଚାୟତ ଅଧିନରେ ଥିବା ଧୂଳିପଦରରେ ଏକ କ୍ୟାମ୍ପ ମାଧ୍ୟମରେ ଗ୍ରାମସଭା ଅନୁଷ୍ଠିତ କରାଯାଇଥିଲାl ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ଗଞ୍ଜେଇପଦର ସରପଞ୍ଚ ଦିବାକର ଗେମେଲ, ପୂର୍ବତନ ସରପଞ୍ଚ ବିଶୁ ଗେମେଲ ସମେତ ଏ ଏନେମ କାବିତା, ବିଦ୍ୟୁତ ବିଭାଗୀୟ ଅଧିକାରୀ ରାମକ୍ରିଷ୍ଣା ସମେତ ଏପିଓ ସାଲୁର ଏବଂ ସିଆରପି କାନପୁରୀ ପ୍ରମୁଖ ଯୋଗଦେଇ ଉକ୍ତ ଅଞ୍ଚଳର ମହିଳା ଓ ବୃଦ୍ଧମାନଙ୍କୁ ନେଇ ଗ୍ରାମସଭା ଅନୁଷ୍ଠିତ କରିଥିଲେ

Leave a Reply

Your email address will not be published. Required fields are marked *