ଦୁଷ୍କର୍ମ ଅଭିଯୋଗ ପରେ ସୁରକ୍ଷାକର୍ମୀକୁ ମନା କରିଦେଲା ଏମ୍ସ ଭୁବନେଶ୍ବର
ଭୁବନେଶ୍ବର: ଜଣେ ରୋଗୀ ସଂପର୍କୀୟଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ପରେ ସୁରକ୍ଷାକର୍ମୀଙ୍କୁ ଡ୍ୟୁଟି କରିବାକୁ ଏମ୍ସ ଭୁବନେଶ୍ବର ମନା କରିଦେଇଛି। ଏନେଇ ଏମ୍ସ ଭୁବନେଶ୍ବର ପକ୍ଷରୁ ଏମ୍/ଏସ୍ ସୈନିକ ଇଣ୍ଟେଲିଜିଏନ୍ସ ଆଣ୍ଡ ସିକ୍ୟୁରିଟି ପ୍ରାଇଭେଟ୍ ଲିମିଡେଟକୁ ଅବଗତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏମ୍ସ ଭୁବନେଶ୍ବରରେ ମନୋଜ କୁମାର ସାହୁ (ଆଇଡି ନମ୍ବର ୧୪୮୦)ଙ୍କ ଡ୍ୟୁଟି ଦରକାର ନାହିଁ। ଏମ୍ସ ଭୁବନେଶ୍ବର ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ସୁଭାଶିଷ ମହାପାତ୍ର ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଏମ୍/ଏସ୍ ସୈନିକ ଇଣ୍ଟେଲିଜିଏନ୍ସ ଆଣ୍ଡ ସିକ୍ୟୁରିଟି ପ୍ରାଇଭେଟ୍ ଲିମିଡେଟ ଅଧୀନରେ ଏମ୍ସ ଭୁବନେଶ୍ବରରେ ସୁରକ୍ଷାକର୍ମୀ ଭାବେ ମନୋଜ କୁମାର ସାହୁ ଡ୍ୟୁଟି କରୁଥିଲା। ଏଠାରେ ସେ ଅନେକ ବର୍ଷ ହେଲା କାର୍ଯ୍ୟରତ ଥିବାରୁ ଡାକ୍ତରଖାନାର ବ୍ୟବସ୍ଥା ବିଷୟରେ କିଛି ଜାଣିଥିଲା। ସେ ଜଣେ ରୋଗୀଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଧୋକା ଦେଇଥିବା ଅଭିଯୋଗ ହୋଇଛି।