ଆର୍ଜିଏଚ୍ ଦୁର୍ନୀତି ହଟିବେ ପୁରୁଣା ସଂସ୍ଥା,କାମ କରିବେ ନୂଆ ସଂସ୍ଥା
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ହସ୍ପିଟାଲ ମ୍ୟାନେଜର ମୋହିତ କୁମାର ଶ୍ରୀବାସ୍ତବ ଚାକିରିରୁ ବହିଷ୍କୃତ ହେବାପରେ ଦୁର୍ନୀତିଗ୍ରସ୍ତ ସମସ୍ତ ଠିକାସଂସ୍ଥାକୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆର୍ଜିଏଚ୍ ସବ୍କମିଟିର ନିଷ୍ପତ୍ତିକ୍ରମେ ଆଜି ସିକ୍ୟୁରିଟି ସଂସ୍ଥା ପାଇଁ ଟେଣ୍ଡର ଖୋଲାଯାଇଥିଲା।
ଗୁରୁବାର ହାଉସ୍କିପିଂ ପାଇଁ ଟେଣ୍ଡର ଖୋଲାଯିବ। ସିକ୍ୟୁରିଟି କାମ ପାଇଁ ରାଉରକେଲା, ସୁନ୍ଦରଗଡ ସମେତ ଜିଲ୍ଲା ବାହାର ଠିକାସଂସ୍ଥା ଆବେଦନ କରିଛନ୍ତି। ସେମିତି ହାଉସ୍କିପିଂ ପାଇଁ ମଧ୍ୟ ୬ଟି ସଂସ୍ଥା ଆବେଦନ କରିଛନ୍ତି। ବର୍ତ୍ତମାନ ଆର୍ଜିଏଚ୍ର କାର୍ଯ୍ୟରତ କୌଣସି ଠିକାସଂସ୍ଥା ଆବେଦନ କରିନାହାନ୍ତି।