ରାଜ୍ୟ

ଜିଲ୍ଲାରେ ବିହନ ପରୀକ୍ଷାଗାର ଉଦଘାଟିତ ।
ଛତ୍ରପୁର

ରଙ୍ଗେଇଲୁଣ୍ଡା ଠାରେ ଥିବା ଆଞ୍ଚଳିକ କୃଷି ତାଲିମ ସମ୍ପ୍ରସାରଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାର ବିହନ ପରୀକ୍ଷାଗାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ହସ୍ତରେ ବୁଧବାର ଉଦ୍ଘାଟିତ ହୋଇଯାଇଛି । ଦକ୍ଷିଣାଞ୍ଚଳ ଜିଲ୍ଲା ସକାଶେ ଏହା ଖୁସି ଖବର । ରାଜ୍ୟର ଭୁବନେଶ୍ୱର ଠାରେ ପ୍ରଥମ ବିହନ ପରୀକ୍ଷାଗାର ସ୍ଥାପିତ ହୋଇଥିବା ବେଳେ ଏହା ଦ୍ଵିତୀୟ ପରୀକ୍ଷାଗାର ଭାବେ ଲୋକାର୍ପଣ କରାଯାଇଛି । ଏଠାରେ ପ୍ରକାଶ ଥାଉକି ଏହି ପରୀକ୍ଷାଗାର ଦକ୍ଷିଣାଞ୍ଚଳର ୧୦ ଗୋଟି ଜିଲ୍ଲାରୁ ୪୦ ପ୍ରକାରର ବିହନ କିସମ ପରୀକ୍ଷା କରାଯିବ । ଏଠାରେ ବିହନର ଶୁଦ୍ଧତା , ଆଦ୍ରତା , ଗଜାଶକ୍ତି ଅନାନ୍ୟ ଶସ୍ଯ କିସମ ,ବିହନ ସ୍ୱାସ୍ଥ୍ୟ, ପୋକ ଦ୍ୱାରା କ୍ଷୟକ୍ଷତି ଇତ୍ୟାଦି ପରୀକ୍ଷା କରାଯିବ । ଜିଲ୍ଲାପାଳ ଶ୍ରୀ ପରିଡା ପରୀକ୍ଷାଗାର ପରିସରରେ ଇଏଲଆଇସା ରିଡର ( ବିଭିନ୍ନ ପ୍ରକାର ଭୂତାଣୁ ଜନିତ ରୋଗର ପରୀକ୍ଷଣ ସକାଶେ ଉଦ୍ଧିଷ୍ଟ) ଯନ୍ତ୍ର ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, ଉପ କୃଷି ଅଧିକାରୀ ବସନ୍ତ କୁମାର ଦେ, ଏସସିଓ ଅରୁଣ କୁମାର ବେହେରା, କୁମର ବର ପ୍ରଧାନ, ବ୍ରହ୍ମପୁର କୃଷି ଜିଲ୍ଲା ଅଧିକାରୀ ଅକ୍ଷୟ କୁମାର ସାହୁ , ଗୋଷ୍ଠୀ କୃଷି ଅଧିକାରୀ ବିଦୁର ସେଠ ମାଝୀ, ଅଜିତ ମହାପାତ୍ର, ପ୍ରଶାନ୍ତ କୁମାର ନାଥ, ସହକାରୀ କୃଷି ଅଧିକାରୀ ଶୁଭଶ୍ରୀ ଜେନା, ଭାନୁପ୍ରିୟା ମିଶ୍ର ସୁଭଦ୍ରା ରାଣୀ ମଲ୍ଲିକ,କୃଷି କର୍ମଚାରୀ ଅନ୍ତର୍ଯ୍ୟାମୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *