ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ
ନବରଙ୍ଗପୁର ଜିଲ୍ଲାର ଗ୍ରାମଦୋୟ ପ୍ରୋଜେକ୍ଟ ତରଫରୁ ନବରଙ୍ଗପୁର ଜିଲ୍ଲା କୋର୍ଟକୁ ହେଲ୍ପ ଏ ଚାଇଲଡ NGO ସଂସ୍ଥା ତରଫରୁ ନବରଙ୍ଗପୁର ବ୍ଲକ ଓ ପାପଡାହାଣ୍ଡି ବ୍ଲକ ର ଦୁଇଟି ଛାତ୍ରଛାତ୍ରୀ ଦଳ ଜିଲ୍ଲା କୋର୍ଟକୁ ପରିଭ୍ରମଣରେ ଆସିଥିଲେ l କୋର୍ଟ କାର୍ଯ୍ୟ ବିଷୟରେ ସମ୍ୟକ ଧାରଣା ଓ କୋର୍ଟ କାର୍ଯ୍ୟ ର ପରିଚାଳନା ବିଷୟରେ ସେମାନଙ୍କ ବିଶେଷ ଆଗ୍ରହ ଥିଲା l ସେମାନଙ୍କ ତାଲିମ ର ମୁଖ୍ୟ ବିଷୟ ଥିଲା ବିଚାରପତି, କୋର୍ଟ କାର୍ଯ୍ୟକ୍ରମ ର ପ୍ରଣାଳୀ, ମୁଦାଲା, ଦୋଷୀକୁ ଦଣ୍ଡ ବିଧାନ,ସମ୍ମୁଖ ଅଫିସ ର କାର୍ଯ୍ୟ ଓ ଏହାର ଉପଯୋଗ, ଗରିବ କୁ ସରକାର ଙ୍କ ତରଫରୁ କିଭଳି ନ୍ୟାୟ ପ୍ରଦାନ କରାଯାଉଛି ତାହା ଏହି ତାଲିମ ର ମୁଖ୍ୟ ବିଷୟ ଥିଲା l ଏ ବିଷୟରେ ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁବ୍ରତ ମହାନ୍ତି ଛୋଟ ଛୋଟ ଶିଶୁ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇ କହିଥିଲେ ଯେ ଜୀବନରେ ଅନ୍ୟାୟ କରିବା ନାହିଁ କିମ୍ବା କାହା ଆଗରେ କେବେ ମୁଣ୍ଡ ନୁଆଇଁବା ନାହିଁ l ଏହି କାର୍ଯ୍ୟକ୍ରମ ରେ ରେଜିଷ୍ଟ୍ରାର ଶ୍ରୀ ସୁକାନ୍ତ କିଶୋର ଜେନା, ସମ୍ପାଦିକା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ଅଭିପ୍ସା ଗୋଛାୟତ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ଆଇନ ବିଷୟରେ ବୁଝାଇଥିଲେ l ଏଥିରେ ସମ୍ପାଦକ ଶ୍ରୀ ତପନ ସିଂ , ସମ୍ମୁଖ କାର୍ଯ୍ୟାଳୟ ଓକିଲ ଶ୍ରୀ ସେକ ବାବା ଅଲିଶା ପ୍ରମୁଖ ଙ୍କ ସହ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ l