ରାଜ୍ୟ

ବିଜେଡ଼ି ଦଳର କାର୍ଯ୍ୟ ଶୈଳୀରେ ଅତିଷ୍ଠ ହୋଇ ମାନତୀରା ପଞ୍ଚାୟତର ବିଜୁ ଜନତା ଦଳର କର୍ମୀ ବିଜେପି ମୁଁହା l

ଯାଜପୁର (କଳିଙ୍ଗନଗର ):- ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ହେବାପରି ମନେହୁଏ । ପ୍ରତ୍ୟେକ ଦଳ ସଜବାଜ ହେଲାପରି ମନେହେଉଛି।କିଛି କିଛି ନିର୍ବାଚନ ମଣ୍ଡଳୀରେ ଦଳ ଡିଆଁ ଦେଖିବାକୁ ମିଳୁଛି।ବିଜୁ ଜନତା ଦଳ ପକ୍ଷରୁ ବୁଥ ସ୍ତରୀୟ ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି। ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ତରଫରୁ ନିର୍ଦ୍ଦେଶ ଅଛି । ଲୋକମାନେ ଯେପରି ସରକାରଙ୍କ ଯୋଜନାର ସୁଫଳ ପାଇପାରିବେ ସେଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି।ସଂଗଠନକୁ ଆହୁରି ମଜବୁତ୍ କରିବା ପାଇଁ ଅହରହ ଉଦ୍ୟମ ହେଉଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ,ଲୋକମାନେ ସ୍ଥାନୀୟ ତଥା କଥିତ ନେତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସରକାର ଙ୍କ ଯୋଜନା ବାଟ ମାରାଣା ହେଉଛି। ସଠିକ୍ ଭାବର ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଂଚି ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ବିଭିନ୍ନ ବାଟରେ ହଇରାଣ ହରକତ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ସଦ୍ୟ ଏବେ ଏବେ ଆବାସ ଯୋଜନାରେ ପଞ୍ଚାୟତରେ ଦୁର୍ନୀତି ର ଗନ୍ଧ ଦେଖିବାକୁ ମିଳିଥିଲା । ଫଳରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଦିନ ଦଳ ଡିଆଁ ଆରମ୍ଭ ହେଉଥିବା ଦେଖିବାକୁ ମିଳୁଛି । ସେମିତି ଦେଖିବାକୁ ମିଳିଛି ଦାନଗଦୀ ବ୍ଲକର ମାନତୀରା ପଞ୍ଚାୟତରେ।ମାନତୀରା ପଞ୍ଚାୟତର ଅନେକ ବିଜୁ ଜନତା ଦଳର କର୍ମୀ ସ୍ଥାନୀୟ ତଥାକଥିତ କୁଜିନେତା ଆଉ ଖାସ କରି ସୁକିନ୍ଦା ବିଧାୟକ ଙ୍କ ପ୍ରତିନିଧିଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇ ବିଜେଡି ଦଳ ଛାଡିଛନ୍ତି। ମାନତୀରା,କେନ୍ଦୁଢିପ୍,ରାବଣା, ଦଶମାଣିଆ, ବରପାଳ ର ଅନେକ ବିଜୁ ଜନତା ଦଳର କର୍ମୀ ଜନପ୍ରତିନିଧି କାର୍ଯ୍ୟ ଶୈଳୀରେ ଅତିଷ୍ଠ ହୋଇ ଏବଂ ଭାରତୀୟ ଜନତା ପାର୍ଟିର ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସୁକିନ୍ଦା ର ଭାରତୀୟ ଜନତା ପାର୍ଟିର ନେତା ପ୍ରଦୀପ ବଳସମନ୍ତ (ଟୁଟୁ )ବଳ ଙ୍କ ଉପସ୍ଥିତିରେ ଅନେକ ସଂଖ୍ୟାରେ ବିଜେପି ରେ ଯୋଗଦାନ କରିଛନ୍ତି।ଏହି ମିଶ୍ରଣ ପର୍ବର ନେତୃତ୍ୱ ନେଇଥିଲେ କେନ୍ଦୁଢିପ ଗ୍ରାମର ଶ୍ରୀଯୁକ୍ତ ପୁରସ୍ତମ ବେହେରା।ସ୍ଥାନୀୟ ବିଧାୟକ ଙ୍କ ମନମାନି ଓ ଏକଛତ୍ରବାଦ ନୀତିକୁ ବିରୋଧ କରୁଛନ୍ତି ସାଧାରଣ ଲୋକ । ଆଗକୁ ଯଦି ଏପରି ଧାରା ଜାରୀ ରହେ ମାନତୀରା ପଞ୍ଚାୟତର ଆହୁରି ବିଜୁ ଜନତା ଦଳର କର୍ମୀ ଦଳ ତ୍ୟାଗ କରିବେ ବୋଲି ସାଧାରଣରେ ଆଲୋଚନା ହୋଇଛି । (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *