ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ
ତା ୦୫/୦୯/୨୦୨୪ ରିଖ ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ କରାଯାଇଥିଲା | ମୁଖ୍ୟ ଅତିଥି ତଥା ସଭାପତି ଶ୍ରୀ ଅବନୀ କୁମାର ତ୍ରିପାଠୀ ଯୋଗ ଦେଇ ଗୁରୁଦିବସର ମହତ୍ତ୍ଵ ଓ ଉର୍ଦ୍ଧ୍ବଶ୍ୟ ବିଷୟରେ ବ୍ୟକ୍ତ କରିଥିଲେ | ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଦାର୍ଶନିକ, ଶିକ୍ଷାବିଦ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ଭାରତରେ ସର୍ବତ୍ର ଗୁରୁଦିବସ ପାଳନ କରାଯାଏ ବୋଲି ଭାଷଣ ପ୍ରସଙ୍ଗରେ କହିଥିଲେ | ଅନ୍ୟ ଏକ ଶିକ୍ଷାଧିକରୀ ଶ୍ରୀମତୀ ନମିତ ଘଡେଇ ମହାପାତ୍ର ମଧ୍ୟ ଶିଶୁ ମାନଙ୍କୁ ଗୁରୁଙ୍କ ମାର୍ଗ ଅନୁସରଣ କରିବା ପାଇଁ ଉଦବୋଧନ ଦେଇଥିଲେ ଅର୍ଜୁନ,ଏକଲବ୍ୟ ଓ ଶିବାଜୀଙ୍କ ପିଲାଦିନର କଥା ମନେ ପକେଇ ସେମାନଙ୍କ ଭଳି ଗୁରୁଭକ୍ତ ହେବା ବୋଲି ଶିଶୁ ମାନଙ୍କୁ କହିଥିଲେ | ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ଗୁରୁଜୀ ଓ ଗୁରୁମାଙ୍କୁ ପୂଜନ କରିଥିଲେ | ପ୍ରଧାନ ଗୁରୁଜୀ ଶ୍ରୀ ରବି ଶଙ୍କର ସାହୁ, ଗୁରୁଜୀ ବ୍ରଜ କିଶୋର, ଜ୍ୟୋତି, ଚଞ୍ଚଳା, ମିନାକ୍ଷୀ, କବିତା, ଅନୁ, ଶୁଭଶ୍ରୀ, ଗୀତା, ସୁମିତା, ପ୍ରିୟଙ୍କା ଓ ଉର୍ମିଳା ଗୁରୁମା ଯୋଗ ଦେଇ ସାହାର୍ଯ୍ୟ ଓ ସହଯୋଗ କରିଥିଲେ | ପରିଶେଷରେ ସମସ୍ତ ଛାତ୍ରଛତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା |