ରାଜ୍ୟ

କେନ୍ଦ୍ରାପଡ଼ା ଜିଲ୍ଲାରେ କୌଶଳ ରଥ ପରିକ୍ରମା କଲା ।

[21:26, 9/5/2024] N Pabitra Sir: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି ତାଲିମର ବହୁଳ ପ୍ରଚାର ଏବଂ ପ୍ରସାର ନିମନ୍ତେ ସାରା ଓଡ଼ିଶାରେ କୌଶଳ ରଥ ପରିକ୍ରମା କରୁଅଛି । ଏହି କୌଶଳ ରଥ ପ୍ରତ୍ୟେକ ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନମାନ ପରିକ୍ରମା କରୁଅଛି । ଆମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀଯୁକ୍ତ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ , ଡି.ଏଫ୍.ଓ. , ବି.ଡି.ଓ. ଡେରାବିଶ ଶ୍ରୀଯୁକ୍ତ ଦାଶରଥି ଜେନା, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ , ଅଧ୍ୟକ୍ଷ, ସରକାରୀ ପଲିଟେକ୍ନିକ, କେନ୍ଦ୍ରାପଡ଼ା ଜିଲ୍ଲାର ପଞ୍ଚୁପାଣ୍ଡବଠାରୁ ତା ୦୪.୦୯.୨୦୨୪ ସନ୍ଧ୍ୟା ୦୬ ଘଟିକା ସମୟରେ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ ।
ଏହି କୌଶଳ ରଥ ପ୍ରରିକ୍ରମାର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ସମ୍ମାନିତ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସିଦ୍ଧାର୍ଥ କଟାରିଆ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପତ୍ର, ବି.ଡି.ଓ. ଡେରାବିଶ ଶ୍ରୀଯୁକ୍ତ ଦାଶରଥି ଜେନା, ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ରହି କୌଶଳ ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସରକାରୀ ପଲିଟେକ୍ନିକ, କେନ୍ଦ୍ରାପଡ଼ା ପରିସରରେ ଦୁଇଗୋଟି ପ୍ରୟୋଗଶାଳା (laboratory) କୁ ଜିଲ୍ଲାପାଳ ମହୋଦୟ ଉଦ୍ଘାଟନ କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ତାଲିମ ସମାପ୍ତ କରିଥିବା ୨୭ ଜଣ ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ଜିଲ୍ଲାପାଳଙ୍କ କରକମଳରେ ନିଯୁକ୍ତିପତ୍ର ବଣ୍ଟାଯାଇଥିଲା । ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ଯେ ଜିଲ୍ଲାରେ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ଏକ ଜିଲ୍ଲା ଦକ୍ଷତା ବିକାଶ କୋର କମିଟି ଗଠିତ ହୋଇଅଛି ଏବଂ ଦକ୍ଷତା ବିକାଶ ତାଲିମ ନିମନ୍ତେ ପଦକ୍ଷପ ନିଆଯାଉଅଛି । ଏହା ପରେ ଏହି କୌଶଳ ରଥ ରତ୍ନାକର ଉଚ୍ଚବିଦ୍ୟାଳୟ, ଦୁହୁରିଆ, ବାଲିଆ ସରକାରୀ ଉଚ୍ଚବିଦ୍ୟାଳୟ, ବାଲିଆ , ଲାଲବହାଦୁର ଶାସ୍ତ୍ରୀ ଉଚ୍ଚବିଦ୍ୟାଳୟ, ସତ୍ୟବିହାର ଏବଂ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିକ୍ରମା କରିଥିଲା । ଏହି କୌଶଳ ରଥକୁ ପ୍ରାୟ ୧୪୭୧ ଜଣ ଛାତ୍ରଛାତ୍ରୀ ପରିଦର୍ଶନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ଏବଂ ସ୍ଵଳ୍ପକାଳୀନ ଓ ଦୀର୍ଘକାଳୀନ ନିଯୁକ୍ତି ଭିତ୍ତିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଏହି ରଥର ପରିକ୍ରମା ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, କେନ୍ଦ୍ରାପଡ଼ା ଶ୍ରୀ ଘନଶ୍ୟାମ ସା ଏବଂ କେନ୍ଦ୍ରାପଡ଼ା ସରକାରୀ ପଲିଟେକ୍ନିକର ଅଧ୍ୟକ୍ଷ ଡ଼ା. ଗୁଣନିଧି ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲେ । ଏଥିରେ କନିଷ୍ଠ ନିୟୋଜନ ଅଧିକାରୀ ଶ୍ରୀ ବିଜୟ କୁମାର ପତି, CMSD Fellow ଶ୍ରଦ୍ଧାଞ୍ଜଳି ପ୍ରଧାନ , YP ରିଚା ବିଶ୍ବାଳ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।
[21:26, 9/5/2024] N Pabitra Sir: Plz update

Leave a Reply

Your email address will not be published. Required fields are marked *