ରାଜ୍ୟ

ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା – ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ।

[20:21, 9/6/2024] N Pabitra Sir: କୁଏତ – (୭- ସେପ୍ଟେମ୍ବର-୨୦୨୪, ଶନିବାର)
ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଠାରୁ ସମସ୍ତ ପର୍ବ ଆରମ୍ଭ ହୁଏ ଏମ୍ବ ଭଗବାନ ଗଣେଶ ଙ୍କୁ ଅଗ୍ର ପୂଜ୍ୟ ଭାବରେ ବିବେଚନା କରାଯାଏ I ଯେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ପ୍ରଥମେ ଗଣପତି ଙ୍କୁ ଆବାହନ ହୋଇଥାଏ I ଭାରତ ରେ ପ୍ରତିବର୍ଷ ଗଣେଶ ପୂଜା କୁ ମହା ଆଡମ୍ବରରେ ପାଳନ କରାଯାଇଥାଏ I ଦେଶ ଓ ବିଦେଶ ରେ ୧୦ ଦିନ ଧରି, ମହା ଆଡମ୍ବର ରେ ଗଣେଶ ଉତ୍ସବ ପାଳନ କରାଯାଇ ୧୧ ଦିନ ରେ ବିସର୍ଜନ କରାଯାଏ I ଭଗବାନ ଗଣେଶ ଙ୍କୁ ସମସ୍ତ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି । ଆସନ୍ତୁ ଜାଣିବା ଶ୍ରୀ ଗଣେଶଙ୍କ ସହ ଜଡିତ ୧୧ ଟି ରୋଚକ ଓ ମହତ୍ତ୍ୱପୂର୍ଣ୍ଣ କଥା :

ଏହି ବର୍ଷ ଗଣେଶ ଚତୁର୍ଥୀ ୭ ସେପ୍ଟେମ୍ବର ୨୦୨୪, ଶନିବାର ଦିନ ପଡୁଛି I

ଗଣେଶ ହିନ୍ଦୁ ଧର୍ମରେ ଏକ ବିଶେଷ ସ୍ଥାନ ପାଇଛନ୍ତି । କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଏ । ଯାହାଫଳରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହୋଇପାରିବ । ଗଣେଶ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ଏହି ଦିନଟି ବଡ଼ ଆଡମ୍ବର ସହିତ ପାଳନ କରାଯାଏ । ଗଣେଶ ମହୋତ୍ସବ ୧୦ ଦିନ ପର୍ଯ୍ୟନ୍ତ ରହିଥାଏ । ଚତୁର୍ଥୀ ଦିନ ଘରେ ଗଣପତିଙ୍କୁ ସ୍ଥାପନ କରାଯାଇଥାଏ । ଗଣପତି ପ୍ରତିଷ୍ଠା ପରେ ତାଙ୍କର ପ୍ରିୟ ଜିନିଷ ତାଙ୍କୁ ଦିଆଯାଏ ।

ବିଶ୍ୱାସ କରାଯାଏ ଯେ, ଗଣପତି ପ୍ରସନ୍ନ ହୋଇ ଭକ୍ତମାନଙ୍କ ଉପରେ ଅନେକ ଆଶୀର୍ବାଦ କରନ୍ତି । ସେ ତାଙ୍କର ସମସ୍ତ ଅସୁବିଧା ଦୂର କରନ୍ତି ଏବଂ ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମାପ୍ତ କରିବାକୁ ଆଶୀର୍ବାଦ କରନ୍ତି । ଏଭଳି ପରିସ୍ଥିତିରେ ୠଣପତିଙ୍କୁ ଏହି ୧୦ ଦିନ ପାଇଁ ବହୁତ ସେବା କରାଯାଏ । ତାଙ୍କର ପ୍ରିୟ ଜିନିଷ ତାଙ୍କୁ ଦିଆଯାଏ । ମୋଦକ ଓ ଲଡୁ ଇତ୍ୟାଦି ପ୍ରଦାନ କରାଯାଏ । ଗଣେଶ ଚତୁର୍ଥୀ ଗଣପତିଙ୍କୁ ଘରକୁ ଆଣିବା ପୂର୍ବରୁ, କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍ ତାହା ମଧ୍ୟ ଜାଣିବା ଉଚିତ । ଗଣପତି ପୂଜାର ସମ୍ପୂର୍ଣ୍ଣ ଫଳ କେବଳ ଘରେ ୠଣପତିଙ୍କ ମୂର୍ତ୍ତି ସ୍ଥାପନ କରି ମିଳିଥାଏ ।
-ଭଗବାନ ଗଣେଶଙ୍କର ଦୁଇ ଜଣ ପତ୍ନୀ ଅଛନ୍ତି । ପ୍ରଥମ ପତ୍ନୀଙ୍କ ନାମ ରିଦ୍ଧି ଏବଂ ଦ୍ୱିତୀୟ ପତ୍ନୀଙ୍କ ନାମ ସିଦ୍ଧି । ଦୁଇ ପତ୍ନୀ ହେଉଛନ୍ତି ଭଗବାନ ବିଶ୍ୱକର୍ମାଙ୍କ ଝିଅ I

-ଶୁଭ ଏବଂ ଲାଭ ହେଉଛନ୍ତି ଗଣେଶଙ୍କର ଦୁଇ ସନ୍ତାନ I ଶୁଭ ପ୍ରଥମ ପତ୍ନୀ ରିଦ୍ଧିଙ୍କଠାରୁ ଏବଂ ଦ୍ୱିତୀୟ ପତ୍ନୀ ସିଦ୍ଧୀଙ୍କଠାରୁ ଲାଭ ଙ୍କର ଜନ୍ମ ହୋଇଛି I

-ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ଗଣେଶଙ୍କର ପ୍ରଥମ ନାମ ହେଉଛି ବିନାୟକ I

-ଭଗବାନ ଗଣେଶ ମୋଟ ୬୪ ଟି ଅବତାର ଗ୍ରହଣ କରିଛନ୍ତି । ଏହି ଅବତାର ମଧ୍ୟରୁ ୧୨ ଟି ଅବତାର ପ୍ରମୁଖ ବୋଲି ବିବେଚନା କରାଯାଏ I
-ଭଗବାନ ଗଣେଶଙ୍କର ତିନି ଭଉଣୀ ଅଛନ୍ତି । ଏହି ଭଉଣୀମାନଙ୍କ ନାମ ଅଶୋକ ସୁନ୍ଦରୀ , ମନସା ଦେବୀ ଏବଂ ଜ୍ୟୋତି, ସେମାନଙ୍କୁ ଜ୍ଵାଲା ଦେବୀ ମଧ୍ୟ କୁହାଯାଏ I

-କାର୍ତ୍ତିକେୟଙ୍କ ବ୍ୟତୀତ ଭଗବାନ ଗଣେଶଙ୍କର ୬ ଭାଇ ଅଛନ୍ତି। ସେମାନଙ୍କର ନାମ ନିମ୍ନଲିଖିତ: ସୁକେଶ, ଜଳନ୍ଧର, ଆୟାପ୍ପା, ଭୁମା, ଅନ୍ଧକ ଏବଂ ଖୁଜା I

-ହନୁମାନ ଜୀ ଙ୍କ ଭଳି ଅଗ୍ରପୂଜ୍ୟ ଗଜାନନ ଙ୍କୁ ମଧ୍ୟ ସମସ୍ତ ଦେବତାଙ୍କର ଶକ୍ତି ପ୍ରାପ୍ତ ହୋଇଛି I

-ଭଗବାନ ଗଣେଶ ହେଉଛନ୍ତି ଏକମାତ୍ର ଦେବତା ଯାହାଙ୍କୁ ପୂଜାରେ ଦୁବ ଅର୍ପଣ କରାଯାଇଥାଏ । ଭଗବାନ ଗଣେଶ ଙ୍କୁ ଦୂବଘାସ ଅର୍ପଣ କଲେ ସେ ଭକ୍ତ ଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି I

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ବ୍ୟକ୍ତି ଙ୍କ ଉପରେ କେତୁଙ୍କର ପ୍ରଭାବ ଅଧିକ ଥେ ତେବେ ସେ ଭଗବାନ ଗଣେଶ ଙ୍କର ଆରାଧନା କରିବା ଉଚିତ I ଏହା ଦ୍ୱାରା କେତୁଙ୍କର ପ୍ରଭାବ ହ୍ରାସ ପାଇଥାଏ I

-ପୁରାଣ ଅନୁଯାୟୀ ଭଗବାନ ଗଣେଶଙ୍କର ଆମୋଦ ଏବଂ ପ୍ରମୋଦ ନାମକ ଦୁଇ ନାତି ଅଛନ୍ତି।

ପ୍ରଭୁ ଗଣେଶଙ୍କର ଲେଖା କ୍ଷେତ୍ରରେ ଏକ ବିଶେଷ ଦକ୍ଷତା ଅଛି I ଯେତେବେଳେ ମହର୍ଷି ବେଦବ୍ୟାସ ମହାଭାରତ ଲେଖୁଥିଲେ, ସେତେବେଳେ ସେ ଏପରି ଏକ ଲେଖଙ୍କ ଅନୁସନ୍ଧାନ ରେ ଥିଲେ ଯିଏ କି ବିନା ଅଟକି ବେଦବ୍ୟାସ ଙ୍କ ମୁଖ ନିସୃତ ମହାଭାରତ ଲେଖି ପାରିବ I ସେହି ସମୟରେ ବେଦବ୍ୟାସ ଜୀ ଭଗବାନ୍ ଗଣେଶ ଙ୍କ ସନ୍ଧାନ ପାଇଥିଲେ I ମହାଭାରତ ଲେଖିବା ସମୟରେ ଭଗବାନ୍ ଗଣେଶ ଙ୍କ ନିଜ ହାତୀ ଦାନ୍ତ ଭାଙ୍ଗି ଲେଖିବା ଆରମ୍ଭ କରିଥିଲେ I

ବୁଧୁବାର ଦିନଟି ଗଣେଶଙ୍କର ଦିନ I ଏହି ବର୍ଷ ବୁଧୁବାର ଦିନ ହିଁ ଗଣେଶ ପୂଜା ପଡୁ ଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଭାରି ରହିଛି I

ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, କୁଏତ,
(+୯୬୫)-୫୫୫୬୮୯୯୦
ଭାରତୀୟ ପ୍ରବାସୀ ପରିଷଦ -(ଓଡିଶା ୱିଂଙ୍ଗ୍) ସଂଘ, କୁଏତ / ୱାର୍ଲ୍ଡ ଓଡ଼ିଶା ସୋଶାଈଟି, କୁଏତ/ଭାରତ ସେବା ଦର୍ଶନ / ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ-ଏଞ୍ଜିଓ/ମୋ ସହାୟ
[20:21, 9/6/2024] N Pabitra Sir: Plz update

Leave a Reply

Your email address will not be published. Required fields are marked *