ରାଜ୍ୟ

କଂଗ୍ରେସରେ ସାମିଲ ହୋଇ ଟି‌କେଟ ପାଇବା ପରେ ବିନେଶଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବିନେଶ ଓ ବଜରଙ୍ଗ ପୁନିଆ ଗତ ଶୁକ୍ରାବର ସେପ୍ଟେମ୍ବର ୭ ତାରିଖରେ ଅଧିକାରିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଇତିମଧ୍ୟରେ ତାଙ୍କୁ କଂଗ୍ରେସରୁ ଟିକେଟ ବି ମିଳିଯାଇଛି।

କଂଗ୍ରେସ ଦଳ ପକ୍ଷରୁ ବିନେଶ ଟିକେଟ ପାଇବା ପରେ  ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ବିନେଶ ଫୋଗଟ ଲେଖିଛନ୍ତି,‘ କଂଗ୍ରେସ ପାର୍ଟିରେ ଯୋଗ ଦେଇ ମୁଁ ଏକ ନୂତନ ଦାୟିତ୍ବ ହାସଲ କରିଛି। କ୍ରୀଡ଼ାରେ ଯେଉଁ ଲଢ଼େଇ ଲଢ଼ିଥିଲି ତାହା ବର୍ତ୍ତମାନ ରାଜନୈତିକ ପ୍ଲାଟଫର୍ମ ମାଧ୍ୟମରେ ଦେଶ ତଥା ସମାଜ ପାଇଁ ଜାରି ରଖିବାର ଏକ ସୁବର୍ଣ୍ଣ ସୁଯୋଗ ପାଇଛି। ଯାହାକୁ ମୁଁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବି।’

Leave a Reply

Your email address will not be published. Required fields are marked *