ରାଜ୍ୟ

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା! ୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମ ବଙ୍ଗପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳକୁ ବିପଦ ଥିବା ନେଇ ସୂଚନା ଦିଆଯାଇଛି । ଅବପାତ ଉତ୍ତର ଦିଗରେ ଗତି କରି ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗତି କରିବ ।ସୂଚନାନୁଯାୟୀ, ବନ୍ଦରଗୁଡ଼ିକୁ ବିପଦ ସଙ୍କେତ ଜାରି କରାଯାଇଛି । ଗୋପାଳପୁର ଏବଂ ପୁରୀକୁ ୩ ନମ୍ବର, ଧାମରା ଓ ପାରାଦୀପକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି, ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ରହିବା ସମ୍ଭାବନା ରହିଛି।  ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ନବାନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *