ରାଜ୍ୟ

ମନମ୍ ଫାଉଣ୍ଡେସନ ହେଉଛି ଏକ ଅଣ-ଲାଭ ସଂଗଠନ ଯାହା ମାନସିକ ସ୍ବାସ୍ଥ୍ୟ ଚିକିତ୍ସା, ସଚେତନତା, ଶିକ୍ଷା, ଏବଂ ତାଲିମ କ୍ଷେତ୍ରରେ କାର୍ଯ୍ୟ କରୁଛି।

ଭୁବନେଶ୍ୱର
-ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ 2024 ପାଇଁ ଏହାର ଅଭିଯାନର ଏକ ଅଂଶ ଭାବରେ ଥିମ ଆତ୍ମହତ୍ୟା ଉପରେ କାହାଣୀକୁ ପରିବର୍ତ୍ତନ କରିବା ଏବଂ ବାର୍ଭାଳାପ ଆରମ୍ଭ କରିବା] । 31 ଅଗଷ୍ଟ 2024 ରେ ପୋଲିସ୍ କମିଶନର୍ ହଲରେ ଏକ ସେମିନାର୍ କର୍ମଶାଳା କରାଯାଇଥିଲା,

ଅଂଶଗ୍ରହଣକାରୀମାନେ ବିଭିନ୍ନ ଗୋଷ୍ଠୀର ଥିଲେ- ବିଦ୍ୟାଳୟର ଶିକ୍ଷକ, ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରାମର୍ଶଦାତା, ଓଡିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ [OSEPA] ପରାମର୍ଶଦାତା, ବିଜେବି କଲେଜ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟର ସ୍ବଦେଶୀ ପ୍ରତିନିଧୀ, LGBTQ, ଅଗ୍ନିଶମ ଏବଂ ପୋଲିସ ବିଭାଗର କର୍ମଚାରୀ, ଅଙ୍ଗନବାଡି କର୍ମୀ, SHG ଗୋଷ୍ଠୀ, ବିଭିନ୍ନ ପୁନର୍ବାସ କେନ୍ଦ୍ରର ବ୍ୟକ୍ତି [ଡୀ ଆଡିକ୍ସନ], ଗୃହ ନିର୍ମାତା ଏବଂ ଡାକ୍ତର ଉପସ୍ଥିତ ଥିଲେ ।
ଗୋଷ୍ଠୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଆତ୍ମହତ୍ୟା ଏବଂ ଆତ୍ମହତ୍ୟା ରୋକିବା ପ୍ରସଙ୍ଗରେ ଭୂମିକା ନିର୍ବାହ କରିଥିଲେ ଏବଂ ମୂଲ୍ୟବାନ ଉପସ୍ଥାପନା କରିଥିଲେ । ଅଧିକ ଗୁରୁତ୍ବପୂର୍ଣ ହେଉଛି ମାନସିକ ସ୍ବାସ୍ଥ୍ୟର କାରଣ ଏବଂ ପରିଣାମ ଉପରେ ଆମ ସମାଜରେ ଏକ କଳଙ୍କ ପରି ଦେଖାଯାଉଥିବା ଅନୁଭୂତି ବାଣ୍ଟିଥିଲେ । ନିଜ ବିଭାଗ ଏବଂ କାର୍ଯ୍ୟ କ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ ଚିକିତ୍ସାର ଆବଶ୍ୟକ‌ତା ଉପରେ ଏକ ସାମୂହିକ ଧାରଣା / ବୁଝାବଣା ଏବଂ ଆତ୍ମହତ୍ୟା ରୋକିବା ବିଷୟରେ ବାର୍ଭାଳାପ ହୋଇଥିଲା ଏବଂ ମାନସିକ ସ୍ବାସ୍ଥ୍ୟ ଏବଂ ଆତ୍ମହତ୍ୟା ନିବାରଣ କୁ ଭିତ୍ତି କରି Broadway Studio ଦ୍ବାରା ଏକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି |

ସେପ୍ଟେମ୍ବର 2024 ରେ ଭଞ୍ଜ କଳା ମଣ୍ଡପରେ ଏହି କର୍ମଶାଳା ଶେଷ କରାଯାଇଥିଲା ଯେଉଁଠାରେ ପୋଲିସ କମିଶନର ଶ୍ରୀ ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ଶ୍ରୀମତୀ ମାଲା ମିଶ୍ର-ପ୍ରୋ-ଚେୟାରମ୍ୟାନ୍ ଡିପିଏସ୍ କଳିଙ୍ଗ, ଡକ୍ଟର ଅମୃତ ପାଟୋଜୋଶୀ, ମାନ୍ୟବର ସଚିବ ଭାରତୀୟ ମାନସିକ ରୋଗ ସମାଜ, ଡକ୍ଟର ଶ୍ରୀଧର ମୁରଲୀଧର ଓ କଦମ୍ -ନିର୍ଦ୍ଦେଶକ ଆଇଆଇପିଏଚ୍, ଡକ୍ଟର ଅମ୍ବିକା ପ୍ରସାଦ ନନ୍ଦ-ସିଏସଆର ହେଡ ଟାଟା ଷ୍ଟିଲ ଆତ୍ମହତ୍ୟା ରୋକିବା ପାଇଁ ନିଜ ନିଜର ବହୁମୂଲ୍ୟ ମତାମତ ଦେଇଥିଲେ |

ମନମ୍ ଫାଉଣ୍ଡେସନର ନିର୍ଦ୍ଦେଶିକା ଡ. ଅନୁରାଧା ମହାପାତ୍ର ସଭାପତିତ୍ବ କରିଥିଲେ ଏବଂ ଟ୍ରଷ୍ଟି ସଦସ୍ୟା ସୁଶ୍ରୀ ସୌମ୍ୟା ସୁଚରିତା ମହାପାତ୍ର ସେମିନାର ଏବଂ ଇଭେଣ୍ଟର ସମ୍ପାଦନା କରିଥିଲେ

Leave a Reply

Your email address will not be published. Required fields are marked *