ରାଜ୍ୟ

ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ କ୍ଲବ ଦ୍ୱାରା ଜାତୀୟ ବିଜ୍ଞାନ ଦିବସ ପାଳିତ
ବାରିପଦା ୧/୦୩

ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ୍‌ କ୍ଲବ୍‌ ଦ୍ୱାରା ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି ଉଦ୍‌ଘାଟନ କରିଥିବା ବେଳେ, ରିସର୍ଚ୍ଚ କ୍ଲବ୍‌ର ମୁଖ୍ୟ ତଥା ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. କୁକୁ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହଯୋଗୀ ପ୍ରଫେସର ଡ. ସୁଜାତା ଦାଶ ବିଗ୍ ଡାଟା ଆନାଲିଟିକ୍ସ ଶୀର୍ଷକ ବିଷୟରେ ଏକ ସୁନ୍ଦର ଉପସ୍ଥାପନା କରିଥିଲେ । ଚଳିତ ବର୍ଷର ବିଜ୍ଞାନ ଦିବସର ଥିମ ବିଶ୍ୱକଲ୍ୟାଣ ନିମନ୍ତେ ବିଶ୍ୱସ୍ତରୀୟ ବିଜ୍ଞାନ ଉପରେ ଉପସ୍ଥିତ ବକ୍ତା ଓ ଛାତ୍ରଛାତ୍ରୀ ମାନେ ଆଲୋଚନା କରିଥିଲେ । ଏହି ଅବସରରେ ଯୋଗ ଓ ନ୍ୟାଚୁରୋପାଥି ବିଭାଗର ତୃତୀୟ ସେମିଷ୍ଟାର ଛାତ୍ରୀ ମିସ ସ୍ନେହା ନାୟକଙ୍କୁ ନିଜର ଷ୍ଟାର୍ଟଅପ୍ ଆଇଡିଆ ମଣ୍ଡଳ ଚିତ୍ର ମାଧ୍ୟମରେ ଆରୋଗ୍ୟ ପାଇଁ ମେକ୍ ଇନ୍ ଓଡିଶା କନକ୍ଲେଭରେ ୧ ଲକ୍ଷ ଟଙ୍କା ପୁରସ୍କାର ପାଇଥିବାରୁ ସମ୍ମାନିତ କରାଯାଇଥିବା ସହ ବିଜ୍ଞାନ ଦିବସ ଅବସରରେ ଆୟୋଜିତ ବିଜ୍ଞାନ ପ୍ରବନ୍ଧ ଏବଂ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗର ଗବେଷିକା ତଥା ରିସର୍ଚ୍ଚ କ୍ଲବର ସଦସ୍ୟା ଶ୍ରୀମତୀ ଏ. ସାରଦା ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *