ଭାରତ ବିଶ୍ୱକପ ୨୦୨୩ରେ କେତେ ଲାଭ କରିଛି ସେ ନେଇ ସୂଚନା ଦେଲା ଆଇସିସି
କୋଲକାତା: ଏକଦିବସୀୟ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚି ସାରିଥିଲା କିନ୍ତୁ ଟାଇଟଲ୍ ଜିତିବାର ସ୍ୱପ୍ନ ଶେଷରେ ଭାଙ୍ଗି ଯାଇଥିଲା। ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱକପ ଟାଇଟଲ ଜିତିଥିଲା। ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାରତ କେତେ ଲାଭ କରିଥିଲା ତାହା କହିଛି। ଆଇସିସି ବିଶ୍ୱକପ୍ ୨୦୨୩ ସମୟରେ ଭାରତର ହୋଇଥିବା ଆର୍ଥିକ ଲାଭ ବିଷୟରେ ପ୍ରକାଶ କରିଛି।ପର୍ଯ୍ୟଟନରୁ ଭାରତ ୮୬୧.୪ ମିଲିୟନ ଆମେରିକୀୟ ଡଲାର ଲାଭ କରିଛି। ଏହି ଟୁର୍ନାମେଣ୍ଟରେ ଏଥର ୧.୨୫ ମିଲିୟନ ପ୍ରଶଂସକ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ୫୫ପ୍ରତିଶତ ବିଦେଶୀ ଦର୍ଶକ ଭାରତ ଗସ୍ତ କରିଥିଲେ, ସେଥିମଧ୍ୟରୁ ୧୯ ପ୍ରତିଶତ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଥିଲେ ବୋଲି ଆଇସିସି କହିଛି। ଆୟୋଜିତ ଟୁର୍ଣ୍ଣାମେଣ୍ଟ ଦ୍ବାରା ଭାରତ ଆର୍ଥିକସ୍ତରରେ ବେଶ୍ ଲାଭାନ୍ବିତ ହୋଇଥିବା ଆଇସିସି କହିଛି। ଦେଶର ପ୍ରତିଟି କ୍ଷେତ୍ରରେ ଆର୍ଥିକ ଲାଭର ପ୍ରଭାବ ଅନୁଭୁତ ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ର ଅଧିକ ଲାଭ ପାଇଥିବା ଆଇସିସି ସୂଚନା ପ୍ରଦାନ କରିଛି।