ମୋଦୀ ସରକାରଙ୍କ ମାଷ୍ଟରଷ୍ଟ୍ରୋକ: ରିହାତି ଦରରେ ପିଆଜ ବିକ୍ରି
ନୂଆଦିଲ୍ଲୀ : ପିଆଜ ଦର ବୃଦ୍ଧି ଯୋଗୁ ଅସୁବିଧାରେ ପଡ଼ିଥିବା ଜନସାଧାରଣଙ୍କୁ ଶନିବାର ଦିନ ବ୍ୟାପାର ମନ୍ତ୍ରଣାଳୟ କିଛି ଆଶ୍ବସ୍ତି ପ୍ରଦାନ କରିଛି। ସେପ୍ଟେମ୍ବର ୫ରୁ ସରକାର ସବସିଡିଯୁକ୍ତ ପିଆଜ ବିକ୍ରୟ ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଖବର ଆସୁଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରମୁଖ ସହରର ଲୋକମାନେ କିଛି ଦିନ ମଧ୍ୟରେ ପିଆଜର ବଢ଼ନ୍ତା ଦରରୁ ଆଶ୍ବସ୍ତି ପାଇଛନ୍ତି। କାରଣ ଏହି ସହରଗୁଡ଼ିକରେ ପିଆଜ ଦର ଅଳ୍ପ ସମୟ ମଧ୍ୟରେ ହ୍ରାସ ପାଇଛି।
ଦିଲ୍ଲୀରେ ପିଆଜର ଖୁଚୁରା ଦର କିଲୋଗ୍ରାମ ପିଛା ୬୦ ରୁ ୫୫ ଟଙ୍କାକୁ ହ୍ରାସ ପାଇଥିବାବେଳେ ମୁମ୍ବାଇରେ ଏହା ୬୧ ରୁ ୫୬ ଟଙ୍କାକୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରେ ଖୁଚୁରା ଦର କିଲୋଗ୍ରାମ ପିଛା ୬୫ ରୁ ୫୮ ଟଙ୍କାକୁ ହ୍ରାସ ପାଇଛି। ସରକାର ମୋବାଇଲ୍ ଭ୍ୟାନ୍ ଏବଂ ଏନସିସିଏଫ ଏବଂ ନାଫେଡର ଆଉଟଲେଟ୍ ମାଧ୍ୟମରେ କିଲୋଗ୍ରାମ ପିଛା ୩୫ ଟଙ୍କା ସବସିଡି ହାରରେ ପିଆଜ ବିକ୍ରି କରିବା ଆରମ୍ଭ କରିଛନ୍ତି।