ରାଜ୍ୟ

ଫୁଲବାଣୀ ସଦର ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ ଶ୍ରୀ ସମୀର କୁମାର ରାଉତ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ସେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଗୁରୁତ୍ୱଆରୋପ କରି ଆସୁଛନ୍ତି | ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରିବା , ସହିତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆମନ୍ତ୍ରଣ କରି ପ୍ରତ୍ୟେକ ମାସରେ ଥରେ ପଂଚାୟତ ଗୁଡିକର ଆଇନ ଶୃଙ୍ଖଳା, ନିଶାକାରବାର, ଗଂଜେଇ ଚୋରା ଚାଲାଣ, ନାରୀ ନିର୍ଯ୍ୟାତନା ଓ ଶିଶୁ ଶ୍ରମିକ ନିର୍ଯ୍ୟାତନା ଉପରେ ଆଲୋଚନା କରି ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ହ୍ରହଣ କରିଥାନ୍ତି | ସଦର ଥାନା ଅଧୀନରେ ଥିବା ୧୩ ଗୋଟି ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ନାଏବ ସରପଞ୍ଚ, ଓ ସାମ୍ବାଦିକ ସମେତ ଗାଁ ମୁଖିଆ ମାନଙ୍କ ସହଯୋଗ କାମନା କରି ଜନସାଧାରଣ ଙ୍କୁ ନ୍ୟାୟ ଦେବାପାଇଁ ଅହରହ ଚେଷ୍ଟା ଜାରିରଖିଛନ୍ତି |
ସଦର ଥାନା ର ଅଭ୍ୟର୍ଥନା କକ୍ଷରେ ଫୁଲବାଣୀ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ସସ୍ମିତା କହଁର ଙ୍କ ଅଧକ୍ଷତାରେ ଆମ ପୋଲିସ ସମିତି ବୈଠକରେ ଗଞ୍ଜୁଗୁଡା ସରପଞ୍ଚ ଶ୍ରୀ ଆଲୋକ କହଁର, ସମିତି ସଭ୍ୟ ଶ୍ରୀ ପ୍ରଭାକର ପ୍ରଧାନ, ବିଶିପଡା ସରପଞ୍ଚ ଶ୍ରୀମତୀ ସାକାଳୀ କହଁର, ମିଣିଆ ସରପଞ୍ଚ ଶ୍ରୀ ଗୌତମ କହଁର, ସମିତି ସଭ୍ୟ ଶ୍ରୀ ଦେବଦାସ ଡିଗାଲ, ଗୁମାଗଡ଼ ସରପଞ୍ଚ ଶ୍ରୀ ପ୍ରତାପ କହଁର, ବିଳାବାଡି ସରପଞ୍ଚ ଶ୍ରୀ ରବୀନ୍ଦ୍ର ଭୁକ୍ତା, ସୁଦ୍ରେଜୁ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ, ସୁଡ଼ରୁ କୁମ୍ପା ସରପଞ୍ଚ ଶ୍ରୀ ଯାନୀ ଓ ଦଡକି ସରପଞ୍ଚ ଶ୍ରୀମତୀ ନମିତା ମଳିକ ଓ ଡୁଡୁକି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ସୁରେନ୍ଦ୍ର କହଁର ଓ ତୁଦୀପାଜୁ ସମିତି ସଭ୍ୟା ଶ୍ରୀମତୀ ଟୁନି ଯାନୀ ଜମାଝରି ସମିତି ସଭ୍ୟ ଶ୍ରୀ ପାରେଶ୍ୱର କହଁର ସମେତ ଥାନା ର ଏ ଏସ ଆଇ ଶ୍ରୀ ହରେକୃଷ୍ଣ ମିଶ୍ର, ଶ୍ରୀ ସୁଶୀଲ କୁମାର ପଟନାୟକ, ଶ୍ରୀ ବିଷୋଉ, ସଦାନନ୍ଦ ସାହାଣୀ ଉପେନ୍ଦ୍ର ଭଞ୍ଜ ସାହାଣୀ, ମନୁଆ ସାହାଣୀ, ବିନୋଦ ମହାକୁଡ଼, ଏବ ଅନ୍ୟ ସମସ୍ତ କର୍ମକର୍ତ୍ତା ଆଲୋଚନା ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ | ଡୁଡୁକି ଗ୍ରାମପଞ୍ଚାୟତ ର ସରପଞ୍ଚ ଗୋଟାଏ ପାଦ ଆଗରେ ରହି ଆଇନ ଶୃଙ୍ଖଳା, ନିଶନିବାରଣ, ଜରିବା କ୍ଷେତ୍ରରେ ଗୁରୁତ୍ୱ ଆରୋପ କରଥିଲେ , ଓ ସେ ସରପଞ୍ଚ ଭାବେ ନିଜ ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରତ୍ୟେକ ମୁହୁର୍ତରେ ପୋଲିସ କୁ ଆବଶ୍ୟକ ସ୍ଥଳେ ସହାୟତା କରିବେ ବୋଲି କହିଥିଲେ | ଗଞ୍ଜୁଗୁଡା ସରପଞ୍ଚ ଶ୍ରୀ ଆଲୋକ କହଁର ମଧ୍ୟ୍ୟ ଆସନ୍ତା ମାର୍ଚ୍ଚ ମାସରେ ଗଞ୍ଜୁଗୁଡା ଗ୍ରାମପଞ୍ଚାୟତ ରେ ପ୍ରଥମେ ପୋଲିସ ସମିତି ବୈଠକ କରିବାପାଇଁ ଆଆଇସି ଶ୍ରୀ ରାଉତ ଙ୍କୁ ପ୍ରସ୍ତାବ ଦେଉଥିଲେ |
ନିକଟ ଅତୀତ ରେ କନ୍ଧମାଳ ଜିଲାରେ ବିଭିର୍ଣ୍ଣ ଥାନା ଅଂଚଳରେ ଗ୍ରାମପଞ୍ଚାୟତ, ସ୍କୁଲ, ଜନସେବା କେନ୍ଦ୍ର, ଓ କମ୍ପ୍ୟୁଟର ଦୋକାନ ଗୁଡିକରେ ପ୍ରାୟ 30 ଲକ୍ଷ୍ୟ ଟଙ୍କାର ଚୋରି ହୋଇଯାଉଥିବା ବହୁ ମୂଲ୍ୟବାନ ସାମଗ୍ରୀ ଜୁ ଏସଡିପିଓ ଶ୍ରୀ ସୁପ୍ରସନ ମଳିକ ଓ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀସାମୀର ରାଉତ ଙ୍କ ପ୍ରଚେଷ୍ଟାରେ ପ୍ରାୟ ସମସ୍ତ ଚୋରିଯାଇଥିବା ସାମଗ୍ରୀ ଗୁଡ଼ିକୁ ଉଦ୍ଧାର କରି ମାଲିକ ମାନଙ୍କୁ ଫେରସ୍ତ କରିବାରେ ଓ ଏକ ବଡ଼ ଧରଣର ଚୋରି ରାକେଟ କୁ ଧରିବାରେ ସଫଳତା ହାସଲ କରିଥିବାରୁ ସଦର ଥାନା ଅଞ୍ଚଳ ବାସୀଙ୍କ ବିଶ୍ୱାସ ଭାଜନ ହେବାରେ ସକ୍ଷମ ହୋଇପାରିଛି ଓ ଏସବୁ ର ଶ୍ରେୟ ଆଇ ଆଇ ସି ଶ୍ରୀ ରାଉତ ଙ୍କ ଉପରେ ଦିଆଯାଇଥିବା କଥା ଏକ ସାମ୍ବାଦିକ ସାନ୍ମିଳନୀ ରେ ଏସପି ସୂଚନା ଦେଇଥିଲେ | ବର୍ତ୍ତମାନ ସୁଦ୍ଧା ସଦର ଥାନା ଅଂଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ଥିର ଥିବାର ଦେଖିବାକୁ ମିଳିଛି | ପୋଲିସ ଓ ଜନସାଧାରଣ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରକ୍ଷା କରାଯାଇ ପାରିଲେ ଆଇନ ର ରକ୍ଷା ହୋଇପାରିବା ସହିତ ଜନସାଧାରଣ ପୋଲିସ ପାଖରୁ ଉପଯୁକ୍ତ ନ୍ୟାୟ ପରିପାରିବେ ବୋଲି ଆମ ପୋଲିସ ସମିତି ବୈଠକରେ ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ମତ ପ୍ରକାଶ ପାଇଥିଲା ଓ ଚଳିତ ମାର୍ଚ୍ଚ ମାସରେ ସଦର ପୋଲିସ ଦ୍ୱାରା ଏକ ଦିବଶୀୟ ବନ୍ଧୁତ୍ୱ ପୂର୍ଣ୍ଣ ରିକେଟ ମ୍ୟାଚ, ପ୍ରତିନିଧି ବନାମ ପୋଲିସ, ସାମ୍ବାଦିକ ଓ ଜନସାଧାରଣ ଙ୍କ ମଧ୍ୟରେ ଆୟୋଜନ କରାଯିବ ବୋଲି ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସମୀର ରାଉତ ପ୍ରକାଶ କରିଥିଲେ |

Leave a Reply

Your email address will not be published. Required fields are marked *