ବିଶ୍ୱରାଜନୀତି ରେ ଭାରତର ଉତ୍ଥାନ ଶୀର୍ଷକରେ ଆଲୋଚନା ଚକ୍ର
ବାରିପଦା ତା୦୨/୦୩
ସ୍ଥାନୀୟ ମହାରାଜପୁର ସ୍ଥିତ ମୟୂରଭଂଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଂଟ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ଆଲୋଚନା ଚକ୍ର ୨୦୨୩ ଅନୁଷ୍ଠିତ ହୋଇଯାଇଅଛି । ବିଶ୍ୱ ରାଜନୀତିରେ ଭାରତର ଉତ୍ଥାନ ଶୀର୍ଷକରେ ଆଲୋଚନା ପାଇଁ ସରକାରୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ କୁମାରେଶ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତୀ ଆନ୍ତର୍ଜାତୀୟ ରାଜନୀତି ଓ ବିଗତ ୭୫ ବର୍ଷରେ ବିଶ୍ବ ରାଜନୀତିରେ ଭାରତର ଉତ୍ଥାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ କୁମାର ନାୟକ ଭାରତ ର ରାଜନୈତିକ ଭବିଷ୍ୟତ ଉପରେ ମତ ପୋଷଣ କରିଥିବା ବେଳେ, ସନ୍ନମାନିତ ଅତିଥି ଭାବେ ମହାବିଦ୍ୟାଳୟର ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ଛାତ୍ର ଛାତ୍ରୀ ମାନେ ଏକ ସୁଦୃଢ ଭାରତ ଗଠନରେ ନିଜକୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ରାଜନୀତି ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର ଭରତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ, ବିଭାଗୀୟ ମୁଖ୍ୟ ସଂଯୁକ୍ତା ମହାନ୍ତ, ସୁଶ୍ରୀ ନାୟକ ଉପସ୍ଥିତ ରହି ଆଲୋଚନା ଚକ୍ର ରେ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମଦନ ମୋହନ ସାହୁ, ମୀରା ସେନାପତି, ବିଜୟା ନାୟକ, ଅଭିପ୍ସା ନାୟକ, ସାଗରୀକା ପଣ୍ଡା, ଦେବାଶ୍ରିତା ବିଶ୍ୱାଳ, ସୁଜାତା ପାଲ, ଜ୍ୟୋତିର୍ମୟୀ ଗିରି, ରୂପମଂଜରୀ ବେହେରା ,ପୂର୍ଣିମା ମହାନ୍ତି, ପ୍ରତିଭା ଦାସ, ସସ୍ମିତା ସି, ରଂଜିତ ମାରାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।