ରାଜ୍ୟ

ସବାଇ ଘାସ ସାମଗ୍ରୀର ବିବିଧକରଣ ସମ୍ପର୍କିତ ତାଲିମ ଶିବିର ଉଦଯାପିତ

ବାରିପଦା ତା.୦୨/୩
ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗର ଏସସିଏସଟି ଆରଟିଆଇ ଦ୍ଵାରା ଆୟୋଜିତ ଏବଂ ଓମ୍ବାଡସି ସହାୟତାରେ ବାଙ୍ଗିରିପୋଷୀ ବ୍ଲକ ଅନ୍ତର୍ଗତ ତରଡାପାଳ ଠାରେ ନିଝାରିବଡାମ କାରିଗର ଉତ୍ପାଦକ ସଂଗଠନ ଆନୁକୂଲ୍ୟରେ ଆଦିବାସୀ ମହିଳା କାରିଗରମାନଙ୍କ ପାଇଁ ସବାଇଘାସ ସାମଗ୍ରୀର ବିବିଧକରଣ ଉପରେ
ଚାଲିଥିବା ୧୦ ଦିନିଆ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଅଛି ।
ଏହି ତାଲିମ ଶିବରରେ ଅସନା, ଜୁନା, ତରଡାପାଳ, ଦରାଖୁଟିଆ, ନାଖୁରା ଇତ୍ୟାଦି ଗ୍ରାମରୁ ୫୦ଜଣ ଆଦିବାସି ମହିଳା କାରିଗର ଅଂଶଗ୍ରହଣ କରିଥିବା ବେଳେ, ତାଲିମ ଶିବିରରେ ଉଦଯାପନୀ ଅଧିବେଶନରେ ମୟୂରଭଂଜ ଜିଲ୍ଲା ହସ୍ତଶିଳ୍ପ ବିଭାଗର ସ୍ବାଗତିକା ନାୟକ, ଅତିଥି ଭାବେ ଯୋଗ ଦେଇ ଆଦିବାସୀ ମହିଳା କାରିଗର ମାନଙ୍କୁ ଉତ୍ସାହିତ କରିଥିଲେ । ତାଲିମ ଶିବିରର ମୁଖ୍ୟ ପ୍ରଶିକ୍ଷକ ମୃତ୍ୟୁଂଜୟ କୁମାର ଯୋଗଦେଇ ଆଦିବାସୀ ମହିଳାମାନେ ଏକତ୍ରିତ ହୋଇ ସବାଇଘାସ ଶିଳ୍ପର ବିବିଧକରଣ କରି ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ସବାଇଘାସ ସାମଗ୍ରୀକୁ ବେଶୀ ଆଦୃତ କରିପାରିବେ ଓ
ଏହାଦ୍ଵାରା ମହିଳାମାନେ ସାବଲମ୍ବୀ ହୋଇପାରିବେ ବୋଲି କହିଥିଲେ । ଅଧିବେଶନକୁ ଏସସି ଏସଟି ଆରଟିଆଇ ର କାର୍ଯ୍ୟକ୍ରମ ଅଧିକାରୀ ଶିବ ପ୍ରସାଦ ପାତ୍ର ସଂଚାଳନ କରିଥିବା ବେଳେ, ଜିଲ୍ଲା ସଂଯୋଜକ ବୁଧୁରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ନିଝାରି ବଡାମ କାରିଗର ଉତ୍ପାଦକ ସଂଗଠନର ସଭାନେତ୍ରୀ ସରସ୍ଵତୀ ନାୟକ, ସଂପାଦିକା ମାଳତୀ
ନାୟକ ଓ କୋଷାଧକ୍ଷା ବିନ୍ଦୁମତୀ ନାୟକ ଅନ୍ୟ ସଭ୍ୟାମାନଙ୍କ ସହିତ ମିଶି ତାଲିମ ଶିବିର
ଆୟୋଜନ କରିବା ପାଇଁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *