ରାଜ୍ୟ

ଦିଲ୍ଲୀରେ ଦ୍ୱିବସୀୟ ସର୍ବଭାରତୀୟ ଗଣମାଧ୍ୟମ ସମ୍ମିଳନୀସାମ୍ବାଦିକଙ୍କ ସୁରକ୍ଷାଲାଗି ଆଇନ ପ୍ରଣୟନ ଓ ପେନସନ୍ ପ୍ରଦାନ ଦାବି

ନୂଆଦିଲ୍ଲୀ,୨୬ ।୯(ପି.ଏନ): କର୍ମକ୍ଷେତ୍ରରେ ସାମ୍ବାଦିକଙ୍କ ସୁରକ୍ଷା ଲାଗି ଆଇନ ପ୍ରଣୟନ, ପେନସନ ସୁବିଧା, ଟ୍ରେନ ଯାତ୍ରାରେ ପୂର୍ବଭଳି ୫୦ ପ୍ରତିଶତ ରିହାତି ବ୍ୟବସ୍ଥା, ପ୍ରେସ କାଉନେସଲ ବଦଳରେ ମିଡିଆ ଆୟୋଗ ଗଠନ ଏବଂ ସାମ୍ବାଦିକଙ୍କ ସଂଖ୍ୟା ଗଣନା ତଥା ମାନ୍ୟତା ପାଇଁ ଦିଲ୍ଳୀରେ ଅନୁଷ୍ଠିତ ଦୁଇଦିନିଆ ସର୍ବଭାରତୀୟ ଗଣମାଧ୍ୟମ ସମ୍ମିଳନୀରେ ପ୍ରସ୍ତାବ ପାରିତ ହୋଇଛି । ଦେଶର ଚତୁର୍ଥସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ କ୍ଷେତ୍ରର ସୁରକ୍ଷା, ଅଭିବୃଦ୍ଧି ତଥା ସାମ୍ବାଦିକଙ୍କହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ଦେଶର ସାତଟି ପ୍ରମୁଖ ଗଣମାଧ୍ୟମ ସଂଘ ଦ୍ୱାରା ଆୟୋଜିତ ମିଳିତ ସମ୍ମିଳନୀରେ ଆହ୍ୱାନ କରାଯାଇଥିଲା । ସମ୍ମିଳନୀର ମୁଖ୍ୟ ଜାତୀୟ ସଂଯୋଜକ ତଥା ଦୈନିକ ପର୍ଯ୍ୟବେକ୍ଷକର ସଂପାଦକ ଡ. ପବିତ୍ରମୋହନ ସାମନ୍ତରାୟଙ୍କ ସଂଯୋଜନାରେ ସ୍ଥାନୀୟ ହଜଖାସସ୍ଥିତ ଜଗନ୍ନାଥ ମନ୍ଦିରସଭା ଗୃହରେ ପ୍ରଥମ ଦିନ ଏବଂ ପ୍ରେସକ୍ଲବ ଅଫ ଇଣ୍ଡିଆ ସଭାଗୃହରେ ଦ୍ୱିତୀୟ ଦିନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ, ରାଣାଘାଟ ସାଂସଦ ଜଗନ୍ନାଥ ସରକାର, ପୂର୍ବତନ ଡିଏଭିପି ଡିଜି ଗିରଧାରୀମହାନ୍ତି, ବରିଷ୍ଠ ସାମ୍ବାଦିକ ସମ୍ଭକାର ବିବେକ ଶୁକ୍ଳା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସମାଜରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ପରିପ୍ରେକ୍ଷୀରେ ଗଣମାଧ୍ୟମର ନିରପେକ୍ଷତା ବଜୟା ରଖିବାଲାଗି ଆହ୍ୱାନ କରିଥିଲେ । ଦ୍ୱିତୀୟ ଦିବସରେ ପ୍ରେସ ଆସୋସିଏସନ ଅଫ ଇଣ୍ଡିଆର ସଭାପତିଛାୟାକାନ୍ତ ନାୟକମୁଖ୍ୟ ଅତିଥି ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେନ ଟ୍ରେଡରଡିନ ପ୍ରଫେସର ବସନ୍ତ କୁମାର ସାହୁ ମୁଖ୍ୟବକ୍ତା, ପଞ୍ଜାବୀ ଫିଚର ଫିଲ୍ମ ନିର୍ଦ୍ଦେଶକ ୱାରିମ୍‌ମସ୍ତ, ଦିଲ୍ଲୀ ଦୁରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଅଶୋକ କୁମାର ଗୁପ୍ତା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଜନତାଙ୍କ ସମସ୍ୟା ସମାଧାନ ଦିଗରେ ଗଣମାଧ୍ୟମର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ରବିବାର ସଂଧ୍ୟାରେ ଦେଶରେ ସାମ୍ବାଦିକଙ୍କ ଅଧିକାର ସୁରକ୍ଷା ଦାବି ରେଗଣମାଧ୍ୟମ ପ୍ରତିନିଧି ମାନେ ଦିଲ୍ଲୀସ୍ଥିତ ପ୍ରେସକ୍ଲବ ଅଫ ଇଣ୍ଡିଆଠାରୁ ଶାସ୍ତ୍ରୀଭବନ ସ୍ଥିତ କେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରାଣଳୟ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରିଛନ୍ତି ।

କାର୍ଯ୍ୟକ୍ରମରେ ଓଡ଼ିଶାରୁ ସେଖତାହିର ଅହମ୍ମଦ, ଶୁଭେନ୍ଦୁକାନୁନଗୋ, ରାଧେଶ୍ୟାମ ପଣ୍ଡା, ରୋହିତ କୁମାରକିଣ୍ଡା, ଅକ୍ଷୟକୁମାର ବେହେରା, ହରିଶଙ୍କର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଆଇଏଫଏସଏମଏନ ଓ ଏନଏମସିର ପ୍ରତିଷ୍ଠାତା ସଭାନେତ୍ରୀ ପୁଷ୍ପା ପାଣ୍ଡିଆଙ୍କ ମାର୍ଗ ଦର୍ଶନ, ଅଧ୍ୟକ୍ଷ ଅରୁଣ ଗୋଏଲ, କାର୍ଯ୍ୟକାରୀ ସଭାପତି ମଞ୍ଜୁ ସୋରାନା ଆବାହକ ଡକ୍ଟର କମଲ ଝନୁଝୁନୱାଲା, ସହଆବାହକ ବି.ଏସ. ଦେଶପାଣ୍ଡେ, ରାଷ୍ଟ୍ରୀୟ ପତ୍ରକାର ମହାସଂଘ ସଭାପତି ଧିରଜ କୁମାର ଆଇଏଫଏସଏମଏନର କୋଷାଧ୍ୟକ ୍‌ୱା.କେ ନାରାୟଣ ପୁରକର, ତାମିଲନାଡ଼ୁ ସଭାପତି ମାଇଥୋଲି ରାଜାଙ୍କ ସହାୟତାରେ ଦେଶର ସମସ୍ତ ରାଜ୍ୟର ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଆଇଏଫଏସଏମଏନର ପ୍ରତିଷ୍ଠାତା ସଦସ୍ୟ ଶିବ କୁମାର, କେ.ସଞ୍ଜ୍‌ିବ, ବରିଷ୍ଠ ଉପସଭାପତି ସୁରେନ୍ଦ୍ର ବର୍ମା, ବାଲାସାହେବ ଆମ୍ବେକର, ଜଗଦିଶ୍ ଯାଦବ, ଯଶବିନନ୍ଦର ବଲ ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା । ଏନଏମସିର ମହାସଚିବ ଶିବୁ ଖାନ୍ କାର୍ଯ୍ୟକ୍ରମକୁ ସଣ୍ଟାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *