ରାଜ୍ୟ

୬୭ତମ ଆର୍ନ୍ତଜାତିକ ବଧିର ସପ୍ତାହ-୨୦୨୪ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଧିର ସଂଘ ତରଫରୁ ତା୨୯.୦୯.୨୦୨୪ ରିଖ ଦିନ ଆନ୍ତର୍ଜାତିୟ ବଧିର ସପ୍ତାହ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମୂକ ଓ ବଧିର ଭାଇ ଭଉଣୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ‌। ଏଥିରେ ଅନୁଗୁଳର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲ ।ଆର୍ନ୍ତଜାତିକ ବଧିର ସପ୍ତାହ ବିଶ୍ଵ ବଧିର ସଂଘର ଏକ ପ୍ରାରମ୍ଭିକ ପ୍ରଚେଷ୍ଟା । ତେବେ ଏହି ପ୍ରଚେଷ୍ଟା ସର୍ବପ୍ରଥମେ ଇଟାଲୀର ରାଜଧାନୀ ରୋମ୍‌ରେ ୧୯୫୮ ମସିହାରେ ଆରମ୍ଭ ହୋଇଥିଲା। ସେହିଦିନଠାରୁ ବିଶ୍ଵ ବଧିର ସଂପ୍ରଦାୟ ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ପାଳନ କରାଯାଉଛି । ଏହି ଅବସରରେ ପଦଯାତ୍ରା, ତର୍କ ପ୍ରତିଯୋଗିତା, ପ୍ରଚାର ଅଭିଯାନ ହୁଏ ଏବଂ ଏଥିରେ ମୂକ, ବଧିର ଭାଇ ଭଉଣୀମାନଙ୍କର ପରିବାର, ସରକାରୀ ସଂସ୍ଥାର କର୍ମକର୍ତା, ମୂକ ବଧିରଙ୍କ ପାଇଁ କାମ କରୁଥିବା ପେସାଦାର ସାଙ୍କେତିକ ଭାଷା ଅନୁବାଦକ ଆଦି ବିଭିନ୍ନ ଭିନ୍ନକ୍ଷମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।ଆର୍ନ୍ତଜାତିକ ବଧିର ସପ୍ତାହର ମୁଖ୍ୟ ଉଦ୍ଦେଶ୍ୟ ହେଲା ମୂକ ବଧିରମାନଙ୍କୁ ଏକାଠି କରି ସେମାନେ ଏକ ଓ ଅଭିନ୍ନ ଏହା ସାରା ବିଶ୍ଵବାସୀଙ୍କୁ ଜଣାଇବା ।
ଆର୍ନ୍ତଜାତିକ ବଧୂର ସପ୍ତାହରେ ବଧିର ବ୍ୟକ୍ତିମାନଙ୍କର ଅଧିକାର କିପରି ପ୍ରସାରିତ ହୋଇପାରିବେ ସେ ଦିଗରେ ଉଦ୍ୟମ ହୁଏ ଏବଂ ନିର୍ଦ୍ଦିଷ୍ଟ ମାନବିକ ଅଧିକାର ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଆଜିର ବାର୍ଷିକ ସମ୍ମିଳନୀରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ତେବେ ଏହା ଅନୁଗୁଳର ୧୦ତମ ବାର୍ଷିକ ବଧିର ସମ୍ମିଳନୀ ଥିଲା । ଏହି ସମ୍ମିଳନୀରେ ଓଡିଶା ବଧିର ସଂଘର ଉପାଧ୍ୟକ୍ଷ ମନୋରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଗୁଳ ଜିଲ୍ଲା ବଧିର ସଂଘର ସଭାପତି ପର୍ଶୁରାମ ଦାଶ, ସମ୍ପାଦକ ବିଶ୍ବଜିତ୍ ହୋତା ଓ ଅର୍ନ୍ତନିବେଶି ଶିକ୍ଷା ସ୍ବେଛାସେବୀ ସ୍ନେହଲତା ସେଠୀ ,ଉପ ସଭାପତି ସନ୍ତୋଷ ବେହେରା ଓ ସାଂକେତିକ ଭାଷା ଉପସ୍ଥାପକ ବିଶ୍ୱଜିତ୍ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବଧିର ମାନଙ୍କୁ ପୁରସ୍କାର ବିତରଣ ହୋଇଥିଲା

Leave a Reply

Your email address will not be published. Required fields are marked *