ନିଜକୁ ସାମ୍ବାଦିକ ର ପରିଚୟ ଦେଇ ଅନୁଗୁଳ କାଯୁଆଲିଟି ଭିତରେ ଯୁବକ ର ଉନ୍ମତ୍ତ କାଣ୍ଡ
ଅନୁଗୁଳ : ଅପରାହ୍ନ ପ୍ରାୟ ଚାରିଟା ସମୟରେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଜଣେ ଯୁବକ ଅନୁଗୁଳ କାଜୁଆଲିଟି ଭିତରେ ପଶି ଚାରିପଟ ର ଫଟୋ ଉଠାଇଥିଲେ। ସିକ୍ୟୁରିଟି ଗାର୍ଡ ତାଙ୍କୁ ସାଲ୍ୟୁଟ ମାରି ଭିତରକୁ ଛାଡି ଦେଇଥିଲା। ଆଶୁ ଚିକିତ୍ସା କେନ୍ଦ୍ର ଭିତରେ ଥିବା କର୍ମଚାରୀ ମାନେ ମୋବାଇଲ ରେ ଫଟୋ ଉଠାଇବା କୁ ନେଇ ପ୍ରତିବାଦ କରିବାରୁ ସେ ନିଜକୁ ରୁଦ୍ର ପାଣିଙ୍କ ଲୋକ ବୋଲି ପରିଚୟ ଦେଇ ଚାକିରିରୁ ବାହାର କରିଦେବା ନେଇ ତାଙ୍କୁ ଧମକ ଦେଇଥିଲା। ଏହିସମୟରେ ଜଣେ ସୋସିଆଲ ମିଡ଼ିଆ ସାମ୍ବାଦିକ ଯୁବକ ଜଣକୁ ଧରି ସ୍ଥାନୀୟ ଫାଣ୍ଡିକୁ ନେଇଯାଇଥିଲେ ।ଫାଣ୍ଡିରେ ପୋଲିସ କୁ ଦେଖି ଯୁବକ ଜଣକ ର ଅକଲ ଗୁଡ଼ୁମ୍ ହୋଇଯାଇଥିଲା। ଶେଷରେ ସେ କାନ ଧରି ଭୁଲ ମାଗିବା ସହ ଆଉ ଅଭଳି କାମ କରିବ ନାହିଁ ବୋଲି କହିଥିଲା । ତେବେ ସୁରକ୍ଷା ବ୍ୟବସ୍ଥା ରେ ଢିଲା ଯୋଗୁଁ ଏଭଳି କାଣ୍ଡ ନୀୟମିତ ଘଟୁଥିବାକୁହାଯାଉଛି।