ରାଜ୍ୟ

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ୫ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା

ନୂଆଦିଲ୍ଲୀ:  କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମ‌େ ଗୁରୁବାର ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା  ପ୍ରଦାନ କରିଛନ୍ତି। ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି।

ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା।୨୦୦୪ରେ ତାମିଲକୁ ଏହି ମାନ୍ୟତା ଦିଆଯାଇଥିଲା। ୨୦୧୪ରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିଲା। 

ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଭାରତୀୟ ଭାଷା ଉପରେ ଧ୍ୟାନ ଦେଇଛନ୍ତି। ଆଜି ୫ ଟି ଭାଷା ମରାଠୀ, ପାଲି, ପ୍ରାକୃତ, ଆସାମ ଏବଂ ବଙ୍ଗାଳୀକୁ ଶାସ୍ତ୍ରୀୟ ଭାଷା ଭାବରେ ଅନୁମୋଦନ କରାଯାଇଛି।

ଅନ୍ୟାନ୍ୟ କ୍ୟାବିନେଟ ନିଷ୍ପତ୍ତି ବିଷୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରାୟ ୧,୦୧,୩୨୧  କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଆୟ ସହ ଜଡିତ ପ୍ରାୟ ସମସ୍ତ ପଏଣ୍ଟ ଅନ୍ତର୍ଭୁକ୍ତ ହୋଇଛି। ଏକାଧିକ ଉପାଦାନ ଥିବା ଏହା ଏକ ବହୁତ ବଡ କାର୍ଯ୍ୟକ୍ରମ ଅନେକ ଉପାଦାନ କ୍ୟାବିନେଟ୍ ଦ୍ବାରା ପୃଥକ ସ୍କିମ୍ ଭାବରେ ଅନୁମୋଦିତ ହୋଇଛି।  ଯଦି କୌଣସି ରାଜ୍ୟ କୌଣସି ବ୍ୟକ୍ତିଗତ ପ୍ରକଳ୍ପର ଡିପିଆର ଆଣନ୍ତି, ତେବେ ଏହି ଯୋଜନା ଅନୁଯାୟୀ ଅନୁମୋଦନ ହେବ।

Leave a Reply

Your email address will not be published. Required fields are marked *