ନିଶା ଓ ଅପରାଧମୁକ୍ତ ରାଉରକେଲା ଦାବି: ଏସ୍ପିଙ୍କୁ ଜିଲ୍ଲା କଂଗ୍ରେସର ଦାବିପତ୍ର
ରାଉରକେଲା: ରାଉରକେଲା ଏବେ ଅପରାଧିଙ୍କ ଚରାଭୂଇଁ ପାଲଟିଛି। ନିଶାଦ୍ରବ ଖୁଲମ୍ଖୁଲା ବିକ୍ରି ହେଉଛି। ବିନାଲାଇସେନ୍ସରେ ଶହ ଶହ ମିନି ବାର୍ ଚାଲିଛି। ଯେଉଁଠି ନାବାଳକ ଓ ନାବାଳିକା ବସି ନିଶାସେବନ କରୁଛନ୍ତି। ପପ୍ଡ୍ୟାନ୍ସରେ ସାମିଲ ହେଉଛନ୍ତି।
ନିଶାସେବନ କରିବା ପରେ ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛାଉ ନାହାନ୍ତି। ଜିଲ୍ଲା କଂଗ୍ରେସ ପକ୍ଷରୁ ଏମିତି ଅଭିଯୋଗ କରାଯାଇଛି। ରାଉରକେଲାକୁ ନିଶା ଓ ଅପରାଧି ମୁକ୍ତକରିବାକୁ ଉଭୟ ଅବକାରୀ ଓ ଜିଲ୍ଲା ପୁଲିସ ଧ୍ୟାନ ଦେବାର ଅବାଶ୍ୟକତା ରହିଛି।
ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ପ୍ରତିନିଧି ରାଉରକେଲା ଏସ୍ପି ବ୍ରିଜେଶ ରାୟଙ୍କୁ ସାକ୍ଷାତ କରିଥିଲେ। ସହରରକୁ ଡ୍ରଗ୍ସ ମୁକ୍ତ କରିବା ସହ ବେଆଇନ ବାର୍ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ।